ହେଡଲାଇନସ୍:

40 କିଲୋ ଗଞ୍ଜେଇ ସହ ଓଲା କାର ଜବତ :୨ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି / ଗଗନ ପ୍ରଧାନ: କନ୍ଧମାଳ ଜିଲ୍ଲା, ଘୁ ଉଦୟଗିର ବ୍ଲକ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ନିକଟରେ ସୁକାନାଣ୍ଡା ଛକ ଠାରେ ଏକ ଓଲା କାର୍ 40 କିଲୋ ଗଞ୍ଜେଇ ନେଇ ଯାଉଥିବା 2 ଜଣଙ୍କୁ ଘୁ ଉଦୟଗିରି ପୋଲିସ ଗିରଫ କରିଛି। ଗତ ମଙ୍ଗଳବାର ଦିନ ଅପରାହ୍ନ ସନ୍ଧ୍ୟା 6ଟା 30 ମିନିଟ ସମୟରେ ପ୍ରତ୍ୟେକ ମାସ ମାସ ଧରି କନ୍ଧମାଳ ଜିଲ୍ଲାରୁ  ବାହାରକୁ ଲକ୍ଷ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଚାଲାଣ ହେବାର ନଜର ରହିଛି ।ଏହି ଦିଗରେ ଘୁ ଉଦୟଗିରି ଅନ୍ତର୍ଗତ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ଓ ପାବୁରିଆ ମଧ୍ୟବର୍ତ୍ତୀ ମୁଖ୍ୟ ସଡ଼କ ନିକଟରୁ ଗତ ମଙ୍ଗଳବାର ସନ୍ଧ୍ୟା 6 ଟା 30 ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଘୁ ଉଦୟଗିରି ଥାନା  ପୁଲିସ ବାହିନୀ ଗଞ୍ଜେଇ ନିଶା ବେପାରୀ ଓ ଓଲା ସହ 2 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି କ୍ଷେତ୍ରରେ ଜଣେ ଫେରାର ହୋଇଥିବା ବେଳେ ଗାଡି ଚାଳକ ଫକୀର ବେହେରା ଓ ମାତାରାଣୀ ନାୟକଙ୍କୁ ପୋଲିସ ଗିରଫ କରିବା ସହିତ 40 କେଜି ଗଞ୍ଜେଇ ଗାଡିରୁ ଜବତ କରିଛନ୍ତି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଚାଳକ ଫକୀର ବେହେରା ଟିକାବାଲି ବ୍ଲକ ଅନ୍ତର୍ଗତ ସୁନାପାଙ୍କା ଗ୍ରାମର ଓ ମାତାରାଣୀ ନାୟକ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ଗ୍ରାମର ବୋଲି ଜଣାପଡିଛି । ଉକ୍ତ ଗଞ୍ଜେଇର ମୂଲ୍ୟ ଅନୁମାନିକ 5 ଲକ୍ଷ ହେବ ବୋଲି କୁହାଯାଉଛି । ଏହି ଦୁଇ ବ୍ଲକର ଗଞ୍ଜେଇ ନିଶା ବେପାରୀ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି ।ଅପରପକ୍ଷେ କନ୍ଧମାଳ ଜିଲ୍ଲା ପକ୍ଷରୁ ବିପୁଳ ପରିମାଣରେ ଗଞ୍ଜେଇ ପୋଲିସ ଜବତ  କରୁଥିବାବେଳେ କନ୍ଧମାଳ ଜିଲ୍ଲାର ଅବକାରୀ ବିଭାଗ ଚିର ନିଦ୍ରାରେ ସୋଇଥିବା ଆଇନଜୀବୀ ,ବୁଦ୍ଧିଯିବି ଓ ସ୍ବେଛାସେବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଞ୍ଜେଇ ଓ ମଦ ଜାରଵାର କେବେ ବନ୍ଦ ହେବ ତାହା ଏବେ ପ୍ରଶ୍ନ ହେଉଛି ।

0
0
0
s2sdefault