ହେଡଲାଇନସ୍:

ଲଖନପୁର ଠାରେ ଏକ ଉପଖଣ୍ଡ ଓ ଲଖନପୁର ବ୍ଲକକୁ ତିନି ବ୍ଳକରେ ବିଭାଜନ ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା/ସମ୍ବଲପୁର (ରମାକାନ୍ତ ବିଶ୍ବାଳ )- ଆଜି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଳକର ନାଗରିକ ପରିଷଦ ଓ ଜନସାଧାରଣ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ଯମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

୩୩ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଳକର ଜନସଂଖ୍ୟା ୨୦୧୧ ଜଣଗଣନା ଅନୁଯାୟୀ ପ୍ରାୟ ୧.୫୦ ଲକ୍ଷରୁ ଉର୍ଦ୍ଧ ଲୋକ ବସବାସ  କରୁଛନ୍ତି। ବ୍ଲକ କାର୍ଯ୍ୟାଳୟରୁ ୧ନଂ ଜୋନକୁ ଦୂରତା ୭୨ କିଲୋମିଟର ଓ ୩ କୁ ୪୦ କିଲୋମିଟର । ସରକାରୀ ଯୋଜନା ଓ ପ୍ରଶାସନିକ ସେବାଗୁଡ଼ିକ ଏ ଅଞ୍ଚଳର ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ପାଇଁ ହେଉଥିବା ଉଦ୍ୟମ ବହୁ ମାତ୍ରାରେ ବାଧାପ୍ରାପ୍ତ ହେଉଛି। ସେବାଗୁଡ଼ିକୁ ପହଞ୍ଚାଇବା ସକାଶେ ଲଖନପୁର ବ୍ଲକ୍ କୁ ତିନିଗୋଟି ବ୍ଳକରେ ବିଭାଜନ ଓ ଲଖନପୁର ଠାରେ ଏକ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ ଦାବି କରିଛନ୍ତି ଲଖନପୁର ବ୍ଳକର ନାଗରିକ ପରିଷଦ ଓ ଜନସାଧାରଣ ।

0
0
0
s2sdefault