ହେଡଲାଇନସ୍:

ଦିଲ୍ଲୀ ହିଂସାକୁ ନେଇ ଭିଏଚପି ନେତାଙ୍କ ଉଦବେଗ : ଉପଦ୍ରବକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(Horachabd Deuria) - ନାଗରିକ ସଂଶୋଧନ ଆଇନ(ସିଏଏ) ବିରୋଧୀଙ୍କ ଦ୍ଵାରା ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିବା ବେଳେ ଉପଦ୍ରବକାରୀଙ୍କ ହିଂସାକାଣ୍ଡ ଯୋଗୁଁ ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁର ଅଞ୍ଚଳରେ କାର୍ଯ୍ୟରତ ଜଣେ ମୁଖ୍ୟ କନେଷ୍ଟେବଳ ରତନ ଲାଲଙ୍କ ସମେତ 7 ଜଣ ମୃତ୍ୟବରଣ କରିଛନ୍ତି | ତାଛଡା 50 ରୁ ଉର୍ଦ୍ଧ ଲୋକ ଗୁରୁତର ଆହତ ହୋଇଛନ୍ତି | ଏଇ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ପ୍ରତିବାଦର ଆଳରେ ଏଭଳି ଜଘନ୍ୟ ହିଂସାକାଣ୍ଡ କେବେ ଗ୍ରହଣୀୟ ନୁହେଁ ବୋଲି ସେ କହିଥିବା ବେଳେ ହିଂସାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି | ଆଜି ଏହି ପରୀପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ନାଗରିକ ସଂଶୋଧନ ଆଇନକୁ ବିରୋଧ ଆଳରେ ହିଂସା ସୃଷ୍ଟି କରୁଥିବା ଅରାଜକ ତତ୍ତ୍ୱଙ୍କୁ ରାଷ୍ଟ୍ରଦ୍ରୋହ ମାମଲାରେ ଗିରଫ କରିବାକୁ ଦାବୀ କରିଛନ୍ତି | ଗୃହମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ ନିର୍ଯ୍ୟାତିତ ଓ ନିରାଶ୍ରୟଙ୍କ ପାଇଁ ପ୍ରଣୀତ ମାନବିକତାପୂର୍ଣ୍ଣ ନାଗରିକ ସଂଶୋଧନ ଆଇନକୁ ବିରୋଧ କରିବା ହିଁ ଏକ ରାଷ୍ଟ୍ରଦ୍ରୋହ | ସେ ଗଣତାନ୍ତ୍ରିକ ଢଙ୍ଗରେ ହେଉ କି ଅଗଣତାନ୍ତ୍ରିକ ଢଙ୍ଗରେ ହେଉ | ତାଛଡା ଗାନ୍ଧିଜୀଙ୍କ ଅଧୁରା ସ୍ବପ୍ନକୁ ପୁରଣ କରିବା ଉଦେଶ୍ୟରେ ପ୍ରଣୀତ ଆଇନକୁ ନେଇ ନିରନ୍ତର ବିରୋଧାଭାସ ମଧ୍ୟ ସମାଜକୁ ଭୁଲ ବାର୍ତ୍ତା ପହଞ୍ଚାଉଛି | ତେଣୁ ଏଭଳି ବିରୋଧାଭାସର ମୁଳୋତ୍ପାଟନ ହେବା  ଅତ୍ୟନ୍ତ ଆବଶ୍ୟକ ଅଟେ | ଯଦି ଏଭଳି ବିରୋଧାଭାସକୁ ଦୃଢ଼ହସ୍ତରେ ଦମନ କରାନଯିବ ତାହେଲେ ଆଗାମୀ ଦିନରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରିବା ସୁନିଶ୍ଚିତ | ତେଣୁ ସିଏଏକୁ ବିରୋଧ ଆଳରେ ହିଂସା ସୃଷ୍ଟି କରୁଥିବା ଉପଦ୍ରବକାରୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଭିଏଚପି ନେତା ଶ୍ରୀ କୁସୁମ ଗୃହମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି |

0
0
0
s2sdefault