ହେଡଲାଇନସ୍:

"ପ୍ରଦୂଷଣ ରୋକାଯାଇ ପାରିଲେ ସାଢେ ତିନିବର୍ଷ ବଢି ପାରନ୍ତା ଆୟୁଷ " 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା ଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା 

  • ୧୦୨ ପ୍ରଦୂଷିତ ସହର ଭିତରେ ରାଉରକେଲା, ୩୧ ଶିଳ୍ପାନୁଷ୍ଠାନୄ ୨୪ଟି ସର୍ବନିମ୍ନ ପାରଦର୍ଶୀ 

  • ସମ୍ମିଳିତ ଏବଂ ନିରନ୍ତର ପ୍ରଚେଷ୍ଟା ହିଁ ବାୟୁ ପ୍ରଦୂଷଣର କୁପ୍ରଭାବକୁ ରୋକିବାର ଚାବିକାଠି

ରାଉରକେଲା (ଶାସକ ପ୍ରଶାସକ)- ଭାରତର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, ରାଉରକେଲାରୁ ଭାଗନେଇଥିବା ୩୧ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ  ୨୪ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି । ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ  ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ରାଉରକେଲା ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ପାଞ୍ଚ ମାସ ବୃଦ୍ଧି ଘଟନ୍ତା।  ଓଡ଼ିଶାରେ ରାଉରକେଲା ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ।  କଳାକାରଖାନାରୁ ନିର୍ଗତ ଧୂଆଁ, କୋଇଲା ଖଣି, ରାସ୍ତାର ଧୂଳି ଏବଂ ଯାନବାହାନ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ ରାଉରକେଲା ଅଧିବାସୀଙ୍କର ଉଭୟ ଜୀବନ  ଜୀବିକାକୁ ପ୍ରଭାବିତ କରୁଛି। ଶିଳାନୁଷ୍ଠାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣ ସମସ୍ତେ ମିଳିତ ଭାବେ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ବକ୍ତାମାନେ  ରାଉରକେଲା ଠାରେ ଅନୁଷ୍ଠିତ ହୋଇ ଥିବା '' ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ  ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି?'' ଶୀର୍ଷକ ସଚେତନତା କର୍ମଶାଳାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ  ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ) ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହେବ କି ବିଷୟରେ ନିଜ ମତ ରଖି ଚିକାଗୋ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ସହଯୋଗୀ ଗବେଷକ ରଙ୍ଗମନ ଡେକା କହିଥିଲେ ଯେ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ସତର ପ୍ରକାରର ଶିଳ୍ପାନୁଷ୍ଠାନ ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଷ୍ଟାର ରେଟିଙ୍ଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଦୂଷଣ ଜନିତ ତଥ୍ୟର ସାର୍ବଜନୀକରଣ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକର ପରିବେଶ ପାରଦର୍ଶିତା ସମ୍ପର୍କରେ ସଚେତନ କରାଇବ। ଜନସାଧାରଣ ସଚେତନ ହେଲେ ଏହା ପ୍ରଦୂଷଣକୁ ରୋକିବା ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଚାପ ସୃଷ୍ଟି କରିବାରେ ସହାୟକ ହେବ।

ଏହି କର୍ମଶାଳାରେ ରାଉରକେଲାସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିର ଅଶୀରୁ  ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। ଚିକାଗୋ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର କମ୍ୟୁନିକେସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଶାଖାର ପରିବେଶ ଯନ୍ତ୍ରୀ ଇଂ ବବିତା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault