ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ସମୟୋଚିତ ହସ୍ତକ୍ଷେପ , ବବିଙ୍କ ମଣିଷପଣିଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁଦୂର ଗୁଜୁରାଟରୁ ଜନ୍ମମାଟିକୁ ସସମ୍ମାନେ ଆସି ପାରିଲା ତିନି ଓଡ଼ିଆ ଯୁବକଙ୍କ ମୃତଦେହ  

ଭୁବନେଶ୍ୱର (ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀଙ୍କ ସମୟଚିତ ପଦକ୍ଷେପ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମଣିଷ ପଣିଆ ଯୋଗୁ ସୁଦୂର ଗୁଜୁରାଟର ଏକ କଟନ ମିଲରେ ଘଟିଥିବା ଏକ ଅଗ୍ନି ଦୁର୍ଘଟଣାରେ ପ୍ରହା ହରାଇଥିବା ତିନି ଓଡ଼ିଆ ଯୁବକଙ୍କ ମୃତଦେହ ସେମାନଙ୍କ ଜନ୍ମମାଟିରେ ପହଂଚିବା ସମ୍ଭବ ହୋଇପାରଛି | 

ଘଟଣାଟି ଏପରି |  ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସୂଚନା ମିଳିଲା ଯେ ଅହମ୍ମଦାବାଦ ସ୍ଥିତ ଲୋଟସ ଲେବେଲ କଟନ ମିଲରେ ୨୨ ତାରିଖ ଦିଅ ଘଟିଥିବା ଏକ ଅଗ୍ନି ଦୁର୍ଘଟଣାରେ ତିନିଜଣ ଯୁବକ ଦୟାନିଧି ଖୁଣ୍ଟିଆ(୨୩) , ଚିନ୍ମୟ ଖୁଣ୍ଟିଆ(୨୫) ଓ କାମେଶ ସିଂ (୨୩)ଙ୍କର ପ୍ରାଣହାନୀ ଘଟିଛି | ତିନି ଜଣ ଯାକ ଯୁବକ ଯାଜପୁର ଜିଲ୍ଲା ଯାମଧାର ସ୍ଥିତ ରେକାବୀ ବଜାର ଅଂଚଳର | ଏଖବର ପାଇବା ମାତ୍ରେ ବିଧାୟକ ପ୍ରଣବ ପ୍ରକାଶ ଅବିଳମ୍ବେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  | ସେ ଏ ବିଷୟରେ ମଧ୍ୟ ଓଡିଶା ମୋ ପରିବାରର ଆବାହକ  ଅରୁପ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ | 

ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାଶ ତୁରନ୍ତ ଏ ବିଷୟରେ ଓଡ଼ିଶାର ଶ୍ରମ ଆୟୁକ୍ତଙ୍କ ସହ କଥା ହୋଇ ଗୁଜୁରାଟର ଶ୍ରମ ଆୟୁକ୍ତଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ | ଯେହେତୁ କାର୍ଯ୍ୟରତ ଥିବା ବେଳେ ଅଗ୍ନି ଦୁର୍ଘଟଣାରେ ଓଡ଼ିଆ ଯୁବକମାନଙ୍କ ପ୍ରାଣହାନୀ ଘଟିଛି ସେମାନଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ  ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଲୋଟସ କଟନ ମିଲକୁ ନିର୍ଦ୍ଦେଶ ଦେବା ପାଇଁ ଗୁଜୁରାଟ ଶ୍ରମ ଆୟୁକ୍ତଙ୍କୁ ଗୁରୁତ୍ୱର ସହ କହିବାକୁ  ଡ଼ ଦାଶ ଓଡିଶା ଶ୍ରମ ଆୟୁକ୍ତଙ୍କୁ କହିଥିଲେ |    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଡ଼ ଦାଶଙ୍କ ପରାମର୍ଶ ଅନୁଯାୟୀ ଓଡିଶା ଶ୍ରମ ଆୟୁକ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପରେ ଶବ ବ୍ୟବଛେଦ ୨୩ ତାରିଖ ଅପରାହ୍ନରେ କରାଯାଇ ମର ଶରୀରକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥଲା | 

ଇତି ମଧ୍ୟରେ ଦରଦୀ ବିଧାୟକ ପ୍ରଣବ ପ୍ରକାଶ ପ୍ରାଣ ହରାଇଥିବା ଯୁବକଙ୍କ ମର ଶରୀର ଅହମଦାବାଦରୁ ସେମାନଙ୍କ ନିଜ ଗ୍ରାମକୁ ଆଣିବା ପାଇଁ ନିଜ ଖର୍ଚରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇଥିଲେ | ଏ ଦାରୁଣ ଦୁଃଖ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ଆବଶ୍ୟକ ପଦକ୍ଷେପ ଓ ବିଧାୟକ ପ୍ରଣବ ପ୍ରକାଶଙ୍କ ମନବୋଚିତ ସହୃଦୟତା ଯୋଗୁ ମର ଶରୀର ସୁଦୂର ଗୁଜୁରାଟରୁ ଓଡ଼ଶିଆ ଆସିବା ସମ୍ଭବ ହୋଇପାରିଲା | 

ଏଭଳି ଏକ ଦୁଖଦ ମୁହୂର୍ତ୍ତରେ କରିଥିବା ସହାୟତା ପାଇଁ  ମୃତକଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଯାଜପୁରର ଲୋକପ୍ରିୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି | ସେମାନଙ୍କ ହସ୍ତକ୍ଷେପ ଓ ସହାୟତା ଯୋଗୁ ଆମ ପିଲାମାନଙ୍କ ମୃତ ଦେହ ସୁଦୂର ଅହମଦାବାଦରୁ ବିନା ଅସୁବିଧାରେ ଆମ ଗାଁରେ ଆସି  ପହଂଚି ପାରିଲା ବୋଲି ପରିବାର ବର୍ଗ ମତପ୍ରକାଶ କରିଛନ୍ତି | 

 

0
0
0
s2sdefault