ହେଡଲାଇନସ୍:

ବ୍ରିଲିଆଣ୍ଟ ଷ୍ଟାର ମଣ୍ଟେଶ୍ୱରୀ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ସହର ଗୁଜରାତି କଲୋନୀ ସ୍ଥିତ  ବ୍ରିଲିଆଣ୍ଟ ଷ୍ଟାର ମଣ୍ଟେଶ୍ୱରୀ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ତପସ୍ପିନି ପ୍ରେକ୍ଷlଳୟ ଠାରେ ସୋମବାର ପାଳିତ ହୋଇଯାଇଛି l ସ୍କୁଲର ପ୍ରିନ୍ସସିପାଲ ସୀମା ମ୍ୟାଡ଼ାମଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ  ସମାଜସେବୀ, ରୋଟାରିଆନ  ଡାକ୍ତର ଦୁର୍ଗା ଶଙ୍କର ଶତପଥି ମୁଖ୍ୟ ଅତିଥି, ଏବଂ ଶ୍ରୀମତୀ ସୁଜାତା ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l  ନିମଂତ୍ରିତ ଅତିଥିଙ୍କ ଦ୍ୱାରା  ଦୀପ ପ୍ରଜ୍ୱଳନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ପରେ  ଛାତ୍ର ଛାତ୍ରୀ ଏବଂ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ମନୋରମ  ନୃତ୍ୟ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

 ଏହି ଅବସରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା  ପୂର୍ବରୁ ଅନୁଷ୍ଠିତ   ଚିତ୍ରାଙ୍କନ, ବୌଦ୍ଧିକ  ଲିଖନ, ଦେଶାତ୍ମବୋଧକ ସଂଗୀତ, ଗପ କଥନ, ଖେଳ କୁଦ  ଏବଂ ଅଭିଭାବିକl ମାନଙ୍କ ମଧ୍ୟରେ ଅନୁଷ୍ଠିତ ରଙ୍ଗୋଲି, ମେହେନ୍ଦି, ସାଲାଡ଼ ସାଜସଜ୍ଜା ଆଦି  ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କାର ବଣ୍ଟନ କରିଥିଲେ l ଚଳିତ ବର୍ଷ ର ବାର୍ଷିକ ଉତ୍ସବ Say No to Plastic ଏବଂ The Importance of Unity ବାର୍ତ୍ତା ଉପରେ ପର୍ଯ୍ୟବେସିତ ଥିଲା ବୋଲି ସ୍କୁଲର ପ୍ରିନସିପାଲ ସୀମା ମ୍ୟାଡ଼ାମ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଵିଭାବକ, ଅଭିଭାବିକା, ଛାତ୍ର ଛାତ୍ରୀ, ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ l  ଶିକ୍ଷୟତ୍ରୀ ମୋନା, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ରେଶମା ବାର୍ଷିକ ବିବରଣୀ ପଠନ ଏବଂ  ଶିକ୍ଷୟତ୍ରୀ ଅଞ୍ଜଳି ଘୋଷ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

0
0
0
s2sdefault