ହେଡଲାଇନସ୍:

ଅଧ୍ୟାପକ ୯୬ରୁ ୬୧ ଖାଲି, ପାଠ ପଢ଼ା ହବ ଛେନାଗୁଡ଼ା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏମପିସି ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । 

ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା । ଉନ୍ନତ ମାନର ଶିକ୍ଷା ଯୋଗାଇବା ପାଇଁ ଏକଦା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ସ୍ବୟଂଶାସିତ ହେବାର ସ୍ବିକୃତି ଦିଆଯାଇଥିଲା । ହେଲେ ଅଦ୍ୟାବଧି କଲେଜରେ ୬୧ ଟି ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ପାଠ ପଢାରେ ଘୋର ଅସୁବିଧା ର ସମ୍ମୁଖୀନ ହେବା ସହ ରେଜଲ୍ଟ ବାହାରିବାରେ ଅହେତୁକ ବିଳମ୍ବ ହେବା ଭଳି ସମାସ୍ୟା ଦେଖାଦେଇଛି । ଏଥିପାଇଁ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ଓ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନପାଇ ଆଜି "ମାରିସା" ନାମକ ଏକ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ସଂଗଠନର କର୍ମକର୍ତ୍ତା ଅର୍ଜୁନ ମୁର୍ମୁଙ୍କ ଅଭିଯୋଗ ଆଧାରରେ

 ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ମୋଟ ଅଧ୍ୟାପକ ପଦବୀ ୯୬  ରହିଥିବା ବେଳେ ବର୍ତ୍ତମାନ  ୨୫ ଜଣରେ ଶିକ୍ଷାଦାନ କାର୍ଯ୍ୟ ଚାଲିଛି  । ତେବେ ଖୁବ ଶୀଘ୍ର ଖାଲି ପଡିଥିବା ଅଧ୍ୟାପକ ପଦବୀ ଗୁଡିକ ପୁରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କଥା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝରଣା ବେହେରା । ଏହାସହ  ରେଜଲ୍ଟ ଶିଘ୍ର ବାହାର କରିବା ପାଇଁ ଚେଷ୍ଟା କରାଯିବା ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

0
0
0
s2sdefault