ହେଡଲାଇନସ୍:

ଚିକିତ୍ସା ରେ ଅବହେଳା : ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର:( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ। ଚିକିତ୍ସାରେ ଅବହେଳା ଦର୍ଶାଇ ୨ଜଣ ଯ଼ୁବକ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏଥିରେ ମହିଳା କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କ ମୁହଁ, ଆଖି ଓ ମୁଣ୍ଡରେ ଆଘାତ ଲାଗିଛି। ଆହତ ମହିଳା କର୍ମଚାରୀ ହେଉଛନ୍ତି ପ୍ରତିମା ପ୍ରଧାନ।  ଚିକିତ୍ସା ପାଇଁ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ମାଡ଼ ମାରିଥିବା ୨ ଯୁବକ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତକୁ ଗିରଫ ଦାବିରେ ହସ୍ପିଟାଲର ନର୍ସ ଓ ଅନ୍ୟ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ମେଡିକାଲ କଲେଜ ଅଧୀକ୍ଷକ, ହସ୍ପିଟାଲ ମ୍ୟାନେଜର ଓ ଟାଉନ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସେମାନଙ୍କୁ ଗିରଫ କରାଯାଇନି।

0
0
0
s2sdefault