ହେଡଲାଇନସ୍:

ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ହାଉସବୋଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତାମ୍ପରା, ଗୋପାଳପୁର, ବରକୂଳ, ଚନ୍ଦ୍ରଭାଗା ଓ ନରାଜ(କଟକ) ଭଳି ୫ଟି ଜାଗାରେ  ଜଳକ୍ରୀଡ଼ା ପ୍ରକଳ୍ପ 

ଜଳକ୍ରୀଡ଼ା ଓ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ଓ କେରଳ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ଦିଗରେ ଆଗେଇବା ପାଇଁ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତିା ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ୫"ଟି' କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି ପ୍ରକାଶ କରିଛନ୍ତିା

ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ କରାଯିବା ଏଥିରେ ଏସିଆର ସର୍ବବୃହତ୍ ଲୁଣି ହ୍ରଦ ଚିଲିକା, ରାଜ୍ୟର ୪୮୨ କିମି ସୁଦୀର୍ଘ ଉପକୂଳ, ୮ଟି ବୃହତ୍ ଜଳଭଣ୍ଡାର ସହ ଅନେକ ସୌନ୍ଦର୍ଯ୍ୟ ବିମଣ୍ଡିତ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ା ସହ ହାଉସ୍-ବୋଟ ଭଳି ପର୍ଯ୍ୟଟନଧର୍ମୀ କାର୍ଯ୍ୟକ୍ରମ ପାଇଁ ସମ୍ଭାବନା ରହିଛିା

ଗତ ବର୍ଷ ଜୁଲାଇ ମାସରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଜଳକ୍ରୀଡ଼ା ସଂଚାଳକ ଓ ନିବେଶକମାନଙ୍କୁ ନେଇ ଚିଲିକା, ଟାମ୍ପରା ହ୍ରଦ, ଭିତରକନିକା, ଗୋପାଳପୁର ବେଳାଭୂମିରେ ଆୟୋଜନ କରାଯାଇଥିବା ଟ୍ରିପ୍ ପରେ ରାଜ୍ୟ ସରକାର ଏ କ୍ଷେତ୍ରରେ ଅନେକ ସିଙ୍ଗଲ ଓ୍ୱିଣ୍ଡୋ  ପ୍ରସ୍ତାବ ପାଇଛନ୍ତିା ସେଥିରୁ ତାମ୍ପରା, ଗୋପାଳପୁର, ବରକୂଳ, ଚନ୍ଦ୍ରଭାଗା ଓ ନରାଜ(କଟକ) ଭଳି ୫ଟି ଜଳକ୍ରୀଡ଼ା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛିା ବିଭାଗ ଚିଲିକାର କେତେକ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ରେଷ୍ଟୁରାଣ୍ଟ ଚଳାଇବା ନିମନ୍ତେ ଟେଣ୍ଡର ଆହ୍ୱାନ କରିସାରିଛନ୍ତିା

ଇତି ମଧ୍ୟରେ ଓଡ଼ିଶାର ତା'ର "ଭାରତର ସର୍ବୋତ୍ତମ ଲୁପ୍ତ ଗୋପନୀୟତା' ବ୍ରାଣ୍ଡକୁ ଲୋକପ୍ରିୟ  କରିସାରିଛିା ପର୍ଯ୍ୟଟନମାନଙ୍କ ମଧ୍ୟରେ ଉତ୍ସାହ ଓ ଆକର୍ଷଣକୁ ବଳବତ୍ତର ରଖିବା ପାଇଁ ଏ କ୍ଷେତ୍ରରେ ଅନେକ ନୂତନ ଏବଂ ସୃଜନଶୀଳ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେବାକୁ ହେବା ଜଳକ୍ରୀଡ଼ା ବ୍ୟତୀତ ଚିଲିକା ଓ ଭିତରକନିକା ଓ ହୀରାକୁଦ ଜଳଭଣ୍ଡାର ହାଉସବୋଟ ପ୍ରଚଳନ କରିବା ପାଇଁ ଆଗେ ସିଦ୍ଧାନ୍ତ ନେଇଛୁା ଜଳକ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେରଳ ରାଜ୍ୟ ଏ କ୍ଷେତ୍ରରେ ଏକ ଅଭିଜ୍ଞ ସହଯୋଗୀ ହୋଇପାରିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ପ୍ରକାଶ କରିଛନ୍ତିା

ଏହି ବୁଝାମଣାପତ୍ର କେରଳ ସିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ତରଫରୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ନାୟାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାକ୍ଷର କରିଥିଲୋ ଶ୍ରୀ ନାୟାରଏହି ଉଦ୍ୟମ ଜଳକ୍ରୀଡ଼ାକୁ ରାଜ୍ୟରେ ବିକାଶ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲୋ ରାଜ୍ୟ ପର୍ଯ୍ୟଟନ ବିଭାଗ କେତେକ ଜାତୀୟ ଜଳପଥ ଅଞ୍ଚଳର ଉପଯୁକ୍ତ ସ୍ଥାନରେ ନଦୀ ଜଳଯାତ୍ରା କରିବା ପାଇଁ ବ୍ୟବସ୍ଥା ହାତକୁ ନେଇଥିବାବେଳେ ଭାରତ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଓ ଓଡ଼ିଶା ଆଭ୍ୟନ୍ତରୀଣ ଜଳ-ପରିବହନ ବିଭାଗ ଏ ଦିଗରେ ସମ୍ଭାବ୍ୟ ଅନୁଧ୍ୟାନ କରିବାକୁ ଲକ୍ଷ୍ୟ ରଖିଛି  ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସମୟରେ କେରଳ ସିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମର ବୈଷୟିକ ଟିମ୍ ସଦସ୍ୟମାନେ ଉପସ୍ଥିତ ଥିଲୋ ଏମାନେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବ୍ୟାପକ ଅନୁଧ୍ୟାନ କରିବା ସହ ସରକାରଙ୍କୁ ତାଙ୍କର ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛିା 

0
0
0
s2sdefault