ହେଡଲାଇନସ୍:

ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରମୁଖତା ପାଇବା  ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ପିଏମ ଆବାସ ଘୋଟାଲା, ମଣ୍ଡି ଅବ୍ୟବସ୍ଥା 

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ହୋଇଛି । ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତ ବିଧାନସଭା ଅଧିବେଶନରେ ବିଶେଷ କରି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ରେଳ ବିସ୍ତାର ପାଇଁ  ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ , ବିର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ସୂଚନା ଅଧିକାର କର୍ମୀଙ୍କୁ ଯୋଜନା ବଦ୍ଧ ହତ୍ୟା ଆଦି ଅନେକ ପ୍ରସଙ୍ଗରେ ଶାସକ ଦଳକୁ କାଠ ଗଡାରେ ଛିଡା କରିବା ବୋଲି ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । 

ରାଜ୍ୟରେ ପଛୁଆ ବର୍ଗକୁ କାହିଁକି ରାଜ୍ୟ ସରକାର ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ? ଅନ୍ୟ ରାଜ୍ୟରେ ପଛୁଆ ବର୍ଗକୁ ଶୀକ୍ଷା ଓ ନିଯୁକ୍ତିରେ ମିଳୁଥିବା ସଂରକ୍ଷଣ ଓଡିଶା ସକରାର ଲାଗୁ କରୁନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି ।  ମାତ୍ର ଏହି ଯୋଜନାରେ ରାଜ୍ୟରେ ଅନିୟମିତା ହେଉଛି ।  ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ବଦଳାଇ ମିଛ ବାହାବା ନେବାକୁ ଅପଚେଷ୍ଟ କରୁଛନ୍ତି  । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୪ ହଜାର ୭୯୬ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଓଡିଶାକୁ ଦିଆଯାଇଛି । ନୀ ବାତ୍ୟା ସମୟରେ ଭାଙ୍ଗିଥିବା ୩.୮୯ ଲକ୍ଷ ଘର ପାଇଁ ୩ ହଜାର ୩୩୮ କୋଟି ରିଲି ସହାୟତା କେନ୍ଦ୍ର ସରକାର ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟସରକାର ସେହି ଅର୍ଥକୁ ବିନିଯୋଗ କରିପାରିଲେ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି । 

ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହୁଛି । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ହେଉଛି । ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜର ଉପôାଦିତ ଅମଳ ବିକ୍ରି କରୁଛନ୍ତି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ।  

ଉପାର ୧୦ ବର୍ଷ ଶାସନରେ ଓଡିଶାକୁ ମାତ୍ର ୪୨୩୨ କୋଟି ଟଙ୍କା ଦିଆଯାଇଥିବା ବେଳେ ମୋଦିି ସରକାରରେ ୬ ବର୍ଷରେ ମୋଟ ୩୦ ହଜାର ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୫ ହଜାର ୨୯୬ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ସମସ୍ୟା ଯୋଗୁଁ ରେଳ ପ୍ରକଳ୍ପ କାମ ଦୀର୍ଘ ଦିନ ଅଟକି ରହୁଛି ବୋଲି ଶ୍ରୀ ମାଝୀ କହିଛନ୍ତି । 

ଗତ କିଛି ଦିନରେ ରାଜ୍ୟରେ ୨ ଜଣ ସୂଚନା ଅଧିକାର କର୍ମୀଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି । ଦୁର୍ନୀତି ବିରୋଧୀ ଅଭିଯାନ ଚଲାଇଥିବା ସୂଚନା ଅଧିକାର କର୍ମୀମାନଙ୍କୁ ହତ୍ୟା କରାଯାଉଥିବା ବେଳେ ପୋଲିସ ହାତବାନ୍ଧି ବସିଛି, ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ନରମ ଭାବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ବୋଲି ଶ୍ରୀ ମାଝୀ କହିଛନ୍ତି । 

ଏହି ଅବସରରେ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନ ମହାନ୍ତିଙ୍କ ସମେତ ଦଳର ସମସ୍ତ ବିଧାୟକ ଓ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault