ହେଡଲାଇନସ୍:

ଗ୍ରୀଡ଼କୋ ମୁଖ୍ୟଙ୍କ ଦ୍ୱାରା ଜାରି ହୋଇଥିବା ବିଦ୍ୟୁତ ସଂଯୋଗ କାଟ ନିର୍ଦ୍ଦେଶକୁ ସମ୍ବଲପୁର ଫୋରମର ବିରୋଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଗତ ୭ ତାରିଖ ଗ୍ରୀଡ଼କୋ ମୁଖ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲେଖିଥିବା ଅନୁରୋଧ ପତ୍ରକୁ ନେଇ ସାଧାରଣରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକାରୀଙ୍କର ଏହି ନିର୍ଦ୍ଦେଶନାମାକୁ ତୌଗଲକୀ ଫର୍ମାନ ବୋଲି ଲୋକେ ସମାଲୋଚନା କରୁଛନ୍ତି । ଏହାକୁ ବିରୋଧ କରି ଆଜି ସମ୍ବଲପୁର ଫୋରମ ପକ୍ଷରୁ ସମ୍ଵଲପୁର ଜିଲ୍ଲାପାଳଙ୍କୁ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି । 

              ଫୋରମ ର ଆବାହକ ଆଇନଜୀବୀ ଶ୍ରୀକାନ୍ତ ପଣିଗ୍ରାହୀଙ୍କ ନେତୃତ୍ୱରେ ଫୋରମର ସଦସ୍ୟଗଣ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଜିର ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମ୍ଵଲପୁର ଫୋରମ ର ସଞ୍ଜୟ ଷଡଙ୍ଗୀ, ଦେଓ କିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ମାନସ ରଞ୍ଜନ ବକ୍ସି, ସୁବାଷ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ, ରଞ୍ଜିତ କୁମାର ରଥ ପ୍ରମୁଖ ସାମିଲ ଥିଲେ ।

 

      

0
0
0
s2sdefault