ହେଡଲାଇନସ୍:

ନକଲି ସୋରିଷ ତେଲ ବିକୁଥିଲେ,  ଧରାପଡ଼ି ବନ୍ଧାହେଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଭେଜାଲ୍ ନକଲି ସୋରିଷ ତେଲ ବିକ୍ରି କରିବା ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ୍ ଫେବୃଆରୀ ୧୨ ବୁଧବାର ରାତି ପ୍ରାୟ ସାଢ଼େ ୯ ସମୟରେ ବାରିପଦା ପୌରପରିଷଦର  ଗାନ୍ଧୀ ମାର୍କେଟସ୍ଥିତ ବ୍ୟବସାୟୀ ଅଜୟ ସାହୁଙ୍କୁ ଗିରଫ କରିଥିବାର ଜଣାପଡିଛି । ବୁଧବାର ସ୍ଥାନୀୟ ଅଂଚଳର କେତେକ ଲୋକ ଅଜୟଙ୍କ ସାହୁଙ୍କ ଗ୍ରୋସାରୀ ଦୋକାନରୁ ଦଶ ବୋତଲ ସୋରିଷ ତେଲ କିଣିଥିଲେ ଓ ତେଲରୁ ଦୁର୍ଗନ୍ଧ ବାହାରୁଥିବାର ଜାଣିବା ପରେ ତେଲ ଭେଜାଲ ଓ ନକଲି  ଅଭିଯୋଗ କରିବା ସହ ପୁଲିସକୁ ଜଣାଇଥିଲେ।ରାତିରେ ଟାଉନ ଥାନା ପୁଲିସ ବ୍ୟବସାୟୀ  ଅଜୟ ସାହୁଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ତାଙ୍କ ତେଲକୁ ଜବତ କରିଥିଲେ। ଆଜୟଙ୍କ ଦୋକାନରୁ ୨୦୦ ଏମଏଲ ଓଜନର ପ୍ରାୟ ୧୦ ବୋତଲ ସୋରିଷ ତେଲ ଜବତ ହୋଇଥିବା ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି। ଆଜୟଙ୍କ ନିକଟରୁ ତେଲ ଯୋଗାଣକାରୀ ସମ୍ପର୍କରେ ସୂଚନା ପାଇ ପୁଲିସ ବିଳମ୍ବିତ ରାତିରେ ସହରର ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବନ୍ଦ ତେଲ ମିଲ ତଲାସୀ ନେଇଥିଲେ ମଧ୍ୟ ନକଲି ତେଲ ବ୍ୟବସାୟର କୌଣସି ସୁରାକ ମିଳିପାରି ନ ଥିଲା । ତେବେ ଅଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ ସୂଚନା ଦେଇଥିବା ବେଳେ ବାରିପଦା ଟାଉନ ଥାନାରେ ଆଜୟଙ୍କ ବିରୋଧରେଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି । 

      ପ୍ରକାଶ ଥାଉକି, କିଛି ବର୍ଷ ପୂର୍ବେ ଅଜୟ ଏକ ଗ୍ରୋସାରୀ ବ୍ୟବସାୟୀଙ୍କ ନିକଟରେ ସର୍ଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲା । କୌଣସି କାରଣରୁ ଚାକିରୀ ଛାଡି ନିଜେ ଏକ ଦୋକାନ ଆରମ୍ଭ କରି ମାଲିକ ହେଲେ । ଖୁବ ଅଳ୍ପ ସମୟ ମଧ୍ୟରେ ବାରିପଦା ସହରରେ ଘର ସହ ଜାଗା କିଣି ଆଜି କୋଟିଏରୁ ଅଧିକ ଟଙ୍କାର ମାଲିକ ହୋଇଛନ୍ତି ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡିଛି । 

      ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ଏକ ବିବାହ ଭୋଜି ଖାଇ ପ୍ରାୟ ୩ ଶହରୁ ଅଧିକ ଶିଶୁ ଓ ବୟସ୍କ ବ୍ୟାକୟୀ ଅସୁସ୍ଥ ହୋଇ ବାରିପଦା ପିଆରଏମ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ଏଥିନିମନ୍ତେ ନକଲି ଭେଜାଲ ଗ୍ରୋସାରୀକୁ ଦାୟୀ କରାଯାଉଥିବା ବେଳେ ସହରରେ ନକଲି ମୋବିଲ ଓ ପାୱାର ଡ଼ିଟରଜେଣ୍ଟ ବ୍ୟବସାୟ ଚାଲିଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । 

 

 

0
0
0
s2sdefault