ହେଡଲାଇନସ୍:

ପିଲାଙ୍କୁ ପାଠ ପଢ଼ାଇଲେ ଉପଜିଲ୍ଲାପାଳ ଓ ତହସିଲଦାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସ୍କୁଲରେ ଅଚାନକ ପହଁଚିଲେ ଉପଜିଲ୍ଲାପାଳ : ପରିମଳ ଓ ପରିଚ୍ଛନ୍ନତାକୁ ନେଇ ବ୍ୟକ୍ତ କଲେ ଅସନ୍ତୋଷ 

ବରଗଡ(ଶାସକ ପ୍ରଶାସକ) :- ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ଝାରବନ୍ଧ ବ୍ଲକର ଡଭା ସ୍କୁଲକୁ ପହଂଚିଥିଲେ । ସେହି ସମୟରେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ଶିକ୍ଷୟତ୍ରୀ । ଏହା ସହିତ ସ୍କୁଲର ପରିମଳ ବ୍ୟବସ୍ଥା ଅତି ଶୋଚନୀୟ ଥିବାର ଦେଖି ଉପଜିଲ୍ଲାପାଳ ବିରକ୍ତ ହେଇଥିଲେ । ଉପଜିଲ୍ଲାପାଳ ସ୍କୁଲରେ ଥିବାର ଜାଣି ଝାରବନ୍ଧ ଶିକ୍ଷା ଅଧିକାରୀ ତୁରନ୍ତ ସ୍କୁଲକୁ ପହଂଚିଥିଲେ । ଉପଜିଲ୍ଲାପାଳ ସ୍କୁଲର ପରିମଳ ବ୍ୟବସ୍ଥା କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଠିକ କରିବାର ଚେତାବନୀ ଦେଇଥିଲେ । ଏହାପରେ ଉପଜିଲ୍ଲାପାଳ ଓ ଝାରବନ୍ଧ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା ପ୍ରାୟ ଏକ ଘଣ୍ଟା ସ୍କୁଲର ଛୁଆ ମାନଙ୍କୁ ପାଠ ପଢାଇଥିଲେ । ଉପଜିଲ୍ଲାପାଳ ଓ ତହସିଲଦାର ଛୁଆ ମାନଙ୍କୁ ପାଠ ପଢାଇ ଅନେକ ଖୁସି ଥିବାର ଜଣା ପଡୁଥିବା ବେଳେ ନିଜ ଗହଣରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଶିକ୍ଷକ ଭାବରେ ପାଇ କୁନି କୁନି ଛୁଆମାନେ ଖୁସି ବ୍ୟକ୍ତ କରିଥିଲେ ।

0
0
0
s2sdefault