ହେଡଲାଇନସ୍:

ଦଲାଲଙ୍କ ଭିତରେ ଛନକା : ରକ୍ତ ଦଲାଲି ଅଭିଯୋଗରେ ୮ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଧର୍ମଗଡ଼ /ଶୁସାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ଆଜି ଧର୍ମଗଡ଼ ପୋଲିସ ଦୁଇଜଣ ଟେକନିସିଏନ,ଚାରି ଜଣ ଦଲାଲ୍  ଓ ଟଙ୍କା ନେଇ ରକ୍ତ ଦାନ କରୁଥିବା ଅଭ୍ୟାସ ଗତ ଦୁଇଜଣ ରକ୍ତଦାତାଙ୍କୁ ଗିରଫ କରିଛି। ଘଟଣା ସମ୍ପୃକ୍ତି ଅଭିଯୋଗ ରେ ଗିରଫ ହୋଇଥିବା  ଧର୍ମଗଡ଼ର ଦୁଇ ଟେକନିସିଆନ ହେଲେ ପ୍ରକାଶ ପଣ୍ଡା,ରମେଶ ନାଗ ଓ ଦଲାଲ ଚାରି ଜଣ ହେଲେ ପ୍ରତାପ ବଗର୍ତ୍ତି, ଲକ୍ଷ୍ମଣ ନାଏକ,ଅମ୍ବୁ ପ୍ରସାଦ ନାଏକ,ନବୀନ ଖମାରୀ। ଏମାନେ ସମସ୍ତେ ମଧ୍ୟ ଧର୍ମଗଡ଼ର ବୋଲି ଚିହ୍ନଟ କରାଯାଇଛି। ଦୁଇ ରକ୍ତଦାତା ରଙ୍କବାହାଲର ଉତ୍ତମ ଦାସ ଓ ଧର୍ମଗଡ଼ର କୃଷ୍ଣଚନ୍ଦ୍ର ନାଏକ ଜଣା ପଡିଥିବା ଏସପି ସୂଚନା ଦେଇଛନ୍ତି।  

 କଳାହାଣ୍ଡି ଏସପି  ବାତୁଲା ଗଙ୍ଗାଧର ଧର୍ମଗଡ଼ ଥାନାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ଯେ  ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁକଲା ପରେ ଡାକ୍ତରଖାନା ମାନଙ୍କରେ ଦଲାଲ ମାନଙ୍କ ଉପରେ ପୋଲିସ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ସରକାରୀ ଡାକ୍ତରଖାନା ଅଚାନକ ପରିଦର୍ଶନ କରିବା ସମୟରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣେ ଗରିବ ରୋଗୀ ଦୁଇ ପ୍ୟାକେଟ ରକ୍ତ ଦଲାଲ ଜରିଆରେ ୩ହଜାର ଟଙ୍କା ଦେଇ କିଣିଥିବା ପ୍ରକାଶ କରିଥିଲେ।

ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ତନାଘନା ଆରମ୍ଭ କରାଯାଇଥିଲା ଓ କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧର୍ମଗଡ଼ ଥାନା ଅଧିକାରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସମ୍ପୃକ୍ତ ସାତଜଣଙ୍କୁ ଗିରଫ କରିଥିଲେ | 

0
0
0
s2sdefault