ହେଡଲାଇନସ୍:

ନବୀନଙ୍କ ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି : ଅନୁପଙ୍କ ହାତ ଛାଡିଲେ, ପଣ୍ୟଗାର ନିଗମ ଅଧ୍ୟକ୍ଷ ପଦରୁ କଲେ ବିଦା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର  : ପୁର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କ ହାତ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ହତ୍ୟାମମାଲାରେ ତାଙ୍କ ନାଁ ଛନ୍ଦି ହୋଇ ସେ ଛତିଶଗଡ ପୋଲିସ ଦ୍ୱାରା ଅଟକ ରହିବା ପରେ ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି ପୋଷଣ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ତତ୍ପରତା ଦେଖାଇ ଅବିଳମ୍ବେ ନେଇଛନ୍ତି ଏହି ତ୍ୱରିତ ପଦକ୍ଷେପ । 

 ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ବ୍ରଜରାଜନଗର ଅନ୍ତର୍ଗତ ନିଜ ଗାଁ ପାଖ ସାଇମନ୍ଦିରରେ ଥିବା ବେଳେ ଛତିଶଗଡ ପୋଲିସ ତାଙ୍କୁ  ଉଠାଇ ନେଇଥିଲା । ୪ ବର୍ଷ ତଳେ ଘଟିଥିବା ଏକ ଡବଲ୍ ମର୍ଡର ମାମଲାରେ ଅନୁପଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଏଯାବତ କେଉଁ ପ୍ରମାଣ ଆଧାରରେ ବା ଠୋସ ତଥ୍ୟ ବଳରେ ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିଛି ସେ ବିଷୟରେ କୌଣସି ସଠିକ  ସୂଚନା ମିଳିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ,  ୨୦୧୬ ମସିହାର ଏକ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ଅନୁପ | 2016 ଏପ୍ରିଲ୍ ମାସରେ ଝାରସୁଗୁଡ଼ା-ଛତିଶଗଡ଼ ସୀମାନ୍ତରୁ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ(୧୪)ଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା । କେହି ସେମାନଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲା । ଘଟଣାକୁ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ ପୁଲିସକୁ ପାଖରେ କିଛି ସୂଚନା ହସ୍ତଗତ ହୋଇଥିବା ଅନୁମାନ  କରାଯାଉଛି | ସୂଚନାଯୋଗ୍ୟ, ବ୍ରଜରାଜନଗରରୁ କଂଗ୍ରେସ ଟିକେଟରେ ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅନୁପ । ୨୦୧୪ ନିର୍ବାଚନ ପୂର୍ବରୁ ସେ ଭୁପିନନ୍ଦର ସିଂଙ୍କ ସହିତ କଂଗ୍ରେସ ଛାଡି  ବିଜେଡ଼ିରେ ଯୋଗ ଦେଇଥିଲେ । ବିଜେଡ଼ି ଟିକେଟରେ ବ୍ରଜରାଜନଗରରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଗତଥର ପରାଜିତ ହେବା ପରେ ତାଙ୍କୁ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ କରିଥିଲେ  । ନବ ଦାସ ସମିକରଣରେ ଅନୁପ ଏଥର ବଳି ପଡିଥିବା ବେଳେ  ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ । ତାଙ୍କୁ କମ ଗୁରୁତ୍ୱପୂର୍ଣ  ପଣ୍ୟାଗାର ନିଗମ ଅଧ୍ୟକ୍ଷ କରାଯାଇଥିଲା ।  ଅନୁପଙ୍କ ଗିରଫଦାରୀ ପଛରେ ରାଜନୈତିକ କାରଣ ରହିଥାଇ ପାରେ ବୋଲି ପରିବାର ନିକଟତମ ସମ୍ପର୍କୀୟଙ୍କ ପକ୍ଷରୁ କୁହାଯାଉଛି । ବିଧାନ ସଭାରେ ଜଣେ ଲଢୁଆ ବିଧାୟକ ଭାବେ ଜଣାଶୁଣା ଶ୍ରୀ ସାଏ ଜଣେ ଭଦ୍ର ରାଜନେତା ଭାବେ ପରିଗଣିତ ହେଉଥିବା ବେଳେ କେଉଭଳି ପରିସ୍ଥିତିରେ ଏଭଳି ଘୃଣ୍ୟ ଅପରାଧରେ ଯୋଡ଼ିହେଲେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । 

 ମୁଣ୍ଡଉପରେ ବିଧାନସଭା ଅଧିବେଶନ ଥିବା କାରଣରୁ ସରକାରରୁ ବା ଅଧ୍ୟକ୍ଷ ପଦରୁ ବିଦା କରିଥିବା ବେଳେ ଖୁବ ଶୀଘ୍ର ତାଙ୍କୁ ଦଳରୁ ବି ଦୁରେଇ ଦିଆଯାଇପାରେ ବୋଲି ଅପରାଧୀ ଓ ଅପରାଧକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ପଦକ୍ଷେପରୁ ଆଶଙ୍କା କରାଯାଉଛି ।

0
0
0
s2sdefault