ହେଡଲାଇନସ୍:

ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଣାଳୀ ସଚେତନତା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଧବାର ସହଯୋଗ ନଗର ସ୍ଥିତ ଶ୍ରୀ ରାଧାକ୍ରୁଷ୍ଣ ମନ୍ଦିର ସମ୍ମିଳନୀ କକ୍ଷ ଠାରେ "ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଣାଳୀ ସଚେତନତା ସଭା" ଅନୁଷ୍ଠିତ ହୋଇଯାଇଛି ।  ମେଘୁ ମୁଣ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବନାଂଚଳ ଅଧିକାରୀ ପ୍ରଭାକର ବେହେରା ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ଜଙ୍ଗଲ ନିଆଁ ପ୍ରତିରୋଧ ର ବିଭିନ୍ନ ପ୍ରଣାଳୀ ସମ୍ୱନ୍ଧରେ ଉପସ୍ଥିତ ଜଙ୍ଗଲ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ଯୁବକ, ମହିଳା ଏବଂ ପୁରୁଷ ମାନଙ୍କୁ ସବିସ୍ତ୍ରୁତ ଭାବରେ ବୁଝାଇଥିଲେ ।

ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର୍ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବନପାଳ ସୁଶ୍ରୀ ଭାରତୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମିତିର  ସଭ୍ଯ  ନାରାୟଣ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ  ବିଦ୍ୟାଧର ଧନୁଆର୍, ସୌରୀ ନାରାୟଣ ପାଣିଗ୍ରାହୀ, ରାଜେନ୍ଦ୍ର ସତନାମୀ, ବନରକ୍ଷୀ ହରି ଶଙ୍କର ନାୟକଙ୍କ ସମେତ ସମିତିର ସଭ୍ୟ ସଭ୍ୟା ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

 

0
0
0
s2sdefault