ନାକେଦମ ପୋଲିସ, ନାକ ରଗଡି ପଛଘୁଞ୍ଚା ଦେଲା ପ୍ରଶାସନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭଦ୍ରକ ମୁଖ୍ୟ ଡାକ୍ତରଖାନା  ପାଖରେ ଜବରଦଖଲ ସମୟରେ ଉତ୍ତେଜନା ! 

ଭଦ୍ରକ ( ସତ୍ୟଭୂଷଣ ସ୍ଵାମୀ ) : ଭଦ୍ରକ ସହରସ୍ଥିତ ମୁଖ୍ୟ ଡାକ୍ତରଖାନା ଗେଟ ମୁହଁରେ ଥିବା ମୁନସିପାଲଟି ଦୋକାନ ଘର ଉଚ୍ଛେଦ ସମୟରେ ବିବାଦ ! ବହୁ ବର୍ଷ ଧରି ଦୋକାନୀ ମାନେ ଭଦ୍ରକ ମୁନିସିପାଲିଟି  ପାଖରୁ ଦୋକାନ ଭଡ଼ାରେ ନେଇ ବ୍ୟବସାୟ କରି ଆସୁଛନ୍ତି । ଏହା ପାଖରେ କିଛି ଲୋକ ଜବରରଦଖଲ କରି ଛଟମୋଟ ଦୋକାନ କରି ଚଳୁଛନ୍ତି , ଯାହା ଫଳରେ ମେଡିକାଲକୁ ଆମ୍ବୁଲାନ୍ସ ଓ ଅନ୍ୟ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଏହାକୁ ନେଇ କୋର୍ଟରେ ମାମଲା ବି ହୋଇଥିଲା , ଆଜି ଉଛେଦ ଆଦେଶ ଧରି ପ୍ରଶାସନ ଆସିଥିଲା ଦୋକାନ ଭାଙ୍ଗିବା ପାଇଁ , କିନ୍ତୁ ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା ।

ଏହାପରେ ଜେସିବି ମେସିନ ସହିତ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଫେରିଗଲେ । ଏପରି ଏକ ଅବ୍ୟବସ୍ଥା ପଛରେ କୌଣସି ସରକାରୀ ଅଧିକାରୀ କିମ୍ବା କୁଜିନେତା ମାନଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ଆଲୋଚନା ହେଉଛି । ତେବେ ଯାହା ହେଉ ମେଡିକାଲ ପାଖରେ ମୁଖ୍ୟ ସମସ୍ୟା ଜବରଦଖଲ ଉଛେଦ ହେବା ନିହାତି ଜରୁରୀ କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ନୁହେଁ, ଆଇନ ଅନୁସାରେ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଆଉ ଯେଉଁମାନେ ପେଟପାଟଣା ପାଇଁ ବହୁଦିନ ଧରି ସେଠି ବେପାର କରୁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା କରାଯାଇ ଉଛେଦ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |

0
0
0
s2sdefault