ହେଡଲାଇନସ୍:

ଏଥର ଉତ୍ତରାୟନ, ବାଲେଶ୍ୱରର ବେଳାଭୂମିରେ ୫-ଟି ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁଧୁରିବ ବେଳାଭୂମି, ପର୍ଯ୍ୟଟକଙ୍କ ଆକର୍ଷଣକେନ୍ଦ୍ର ପାଲଟିବ ତାଳସାରି ଆଉ ଉଦୟପୁର ଉପକୂଳ  

ବାଲେଶ୍ୱର / ଶାସକ ପ୍ରଶାସକ : ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ଏବେ ପର୍ଯ୍ୟଟନ ବିକାଶ | ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥଳ ଗୁଡିକର କେମିତି ବିକାଶ କରି ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରିହେବ ତାରି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ବେଳେ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର  ମଙ୍ଗ ଧରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ | ପୁରୀ, କୋଣାର୍କ, ଲିଙ୍ଗରାଜ, ସମଲେଶ୍ୱରୀ, କଟକ ଆଉ ତାରାତାରିଣୀ ଭଳି  ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶ ତଥା ଉନ୍ନତିକରଣ କାର୍ଯ୍ୟକୁ  ତ୍ୱରାନ୍ୱିତ କରିବା ପରେ ଏବେ ବି ଏହି ଅଭିଯାନର ହୋଇଛି ଉତ୍ତରାୟନ |

ଉତ୍ତର ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥଳୀ ଓ ପୀଠ ଗୁଡିକ ବିକାଶ କରିବା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର | ପ୍ରାରମ୍ଭିକ ପର୍ଯ୍ୟାୟରେ ଏବେ ନଜର ପଡିଛି ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ ବେଳାଭୂମି ଉପରେ | ସୁଧୁରିବ ସ୍ଥିତି, ଚମକିବ ବେଳାଭୂମି ଆଉ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ବି ପାଲଟିବ ବାଲେଶ୍ୱର ଜିଲ୍ଲାରେ ଥିବା ସୁପ୍ରସାରୀ ବଙ୍ଗୋପସାଗର ଉପକୂଳ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ  ସେଥିପାଇଁ ପ୍ରସ୍ତୁତ ହୋଇଛି ନୀଳ ନକ୍ସା ୫ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ | 

ଏହି କ୍ରମରେ ଆଜି ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ମିଶି ବାଲେଶ୍ୱର ବେଳାଭୂମିରେ ପହଂଚିଥିଲେ  ୫-ଟି ସଚିବ ଶ୍ରୀ ପାଣ୍ଡିଆନ | ସାଂଗରେ ଥିଲେ ପୂର୍ତ୍ତ ସଚିବ ଡ଼ କ୍ରିଷନ କୁମାର | ଜଳେଶ୍ୱରରେ ପହଂଚି ସ୍ଥିତି ପରଖିଛନ୍ତି ବେଳାଭୂମିର | ମୁଖ୍ୟ ସଚିବଙ୍କ ସହିତ ମିଶି ତାଳସାରି ଓ ଉଦୟପୁର ବେଳାଭୂମିରେ ବୁଲି ଭିତ୍ତିଭୂମି, ସୁବିଧା ଅସୁବିଧା ଅନୁଧ୍ୟାନ କରିଛନ୍ତି ୫ ଟି ସଚିବ | ବେଳାଭୂମିର ବିକାଶ ପ୍ରସଙ୍ଗରେ ବିଭାଗୀୟ  ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି | କି କି ପଦକ୍ଷେପ ନେଲେ ଅଧିକ ଆକର୍ଷଣୀୟ ହୋଇପାରିବ ଓ ପର୍ଯ୍ୟଟକଙ୍କ ଆବାଗମନ ବୃଦ୍ଧି ପାଇବ ସେ ବିଷୟରେ ବିଚାର ବିମର୍ଷ କରିଛନ୍ତି ୫ ଟି ସଚିବ ଶ୍ରୀ ପାଣ୍ଡିଆନ |   

0
0
0
s2sdefault