ହେଡଲାଇନସ୍:

୨୦ତମ ସନ୍ ରାଇଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଭେଉଁରିଆ ଚାମ୍ପିୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ଉପଖଣ୍ଡ ଜମଲା ସନ୍ ରାଇଜ କ୍ରିକେଟ ଏସୋସିଏସନ ଆନୁକୁଲ୍ୟରେ ଛଅ ଦିନ ଧରି ଅନୁଷ୍ଠିତ ହୋଇଥିବା ୨୦ତମ ସନ୍ ରାଇଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭେଉଁରିଆ ଘନାମାଲକୁ ତିନି ୱିକେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜମଲା ସରପଞ୍ଚ ତୁଳାରାମ ବେହେରା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ  ସନ୍ତୋଷ କୁମାର ମେହେର ଯୋଗଦେଇ ବିଜେତା ଏବଂ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଅଜିତ ବେହେରା ଫାଇନାଲ ମ୍ୟାଚର ଖେଳ ପରିଚାଳନା କରିଥିବା ବେଳେ ଶ୍ୟାମବନ୍ଧୁ ବେହେରା,ପ୍ରଦୀପ ଜୁଏତ ସ୍କୋରର ଦାୟିତ୍ବ ତୁଲାଇଥିଲେ। ଧାରା ବିବରଣୀ ପ୍ରଦାନ କରିଥିଲେ ରାଜୀବ ପୁରୋହିତ । ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ ।

0
0
0
s2sdefault