ପାଇକମାଲ ବ୍ଳକ ଯାଦବ ସମାଜର ଏକ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଯାଦବ ସମାଜର ଏକ ବୈଠକ ଡୋଲାମଣି ମାହାରଙ୍କ ସଭାପତିତ୍ବରେ ନୃସିଂହନାଥ ସମଲେଶ୍ବରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମା ସମଲେଶ୍ବରୀ ଦେବୀଙ୍କ ଚୈତ୍ର ପୂର୍ଣ୍ଣିମା ପୂଜା ସମଲେଶ୍ଵରୀ ମନ୍ଦିର ନିର୍ମାଣ ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ସମାରୋହରେ ପାଳନ କରାଯିବା ପାଇଁ ସ୍ଥିର ହେଲା, ଗଉଡ ବାଡ଼ିଖେଳ ସହ ଷୋହଳ ପ୍ରହରୀ ନାମଯଜ୍ଞ କରାଯିବ, ଏଥି ପାଇଁ ୨୧ ଜଣିଆ ପୂଜା ପରିଚାଳନା କମିଟି ଗଠନ କରାଗଲା ସଭାପତି ଡୋଲାମଣି ମାହାର, ସଂପାଦକ ମଧୁସୂଦନ ପାଣ୍ଡେ ଙ୍କୁ ମନୋନୀତ କରାଗଲା । ପାଇକମାଳ ବ୍ଲକ ସଭାପତି ବନମାଳୀ ଚନ୍ଦନ, ସମଲେଶ୍ଵରୀ ମନ୍ଦିର କମିଟି ସଭାପତି ସୁବାଷ ଚନ୍ଦ୍ର ହଂସ ସମେତ ଗାନ୍ଧୀ ବାଗ, ଉକଲ ହଂସ, ଗଙ୍ଗାଧର ବଗାର, ଭାସ୍କର ଭୁଏ, ବିଜୟ ହଂସ, ଭିକ ବାଗ, ରୂପଧର ପାଣ୍ତେ, ଜଗବନ୍ଧୁ ହାତୀ, ପରକ୍ଷିତ ମଟାର, ପରିକ୍ଷିତ ବନଛୋର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବ୍କକ ସଂପାଦକ ବାଳକୃଷ୍ଣ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault