ନୀତିଯୁକ୍ତ ଶିକ୍ଷା ଉତ୍ତମ ସମାଜ ଗଠନ ପାଇଁ ଜରୁରୀ - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠର ବାର୍ଷିକୋତ୍ସବ ସମାରୋହରେ କେନ୍ଦ୍ରମନ୍ତ୍ରୀ

 ସମାଜର ପ୍ରୟାସରେ  ନିଶ୍ଚିତ ଭାବେ ବିଶ୍ୱବିଦ୍ୟାଳୟର ରୂପ ନେବ 

 ବିଗତ ୨୦ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ପଶ୍ଚିମ ଓଡିଶାରେ ବୌଦ୍ଧିକ ସଂସ୍କୃତି, ସଭ୍ୟତା ଓ ଶିକ୍ଷାର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି

 ଚାଷ, ଗୋ-ସେବା ଭଳି ବ୍ୟବହାରିକ ଜ୍ଞାନକୁ ଶିକ୍ଷା ପ୍ରଦାନ କରିବାର ପ୍ରୟୋଗଶାଳା ହୋଇଛି ନବପ୍ରଭାତ 

 ଯେଉଁ ସମାଜକୁ ଗୁରୁଙ୍କ ମାଗଦର୍ଶନ ରୁହେ ସେହି ସମାଜକୁ କେହି ଅଟକାଇପାରିବେ ନାହିଁ 

ପଦ୍ମପୁର (ଶାସକ ପ୍ରଶାସକ)– ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ ବୋଲି ରବିବାର ବରଗଡ ଜିଲ୍ଲାର ନୂଆପାଲ୍ଲି ଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ବାର୍ଷିକଉତ୍ସବ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପଦ୍ମପୁର ନିକଟସ୍ଥ ନୂଆଁପାଲିଠାରେ ଥିବା ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠର ଅଷ୍ଟାଦଶ ବାର୍ଷିକ ଉତ୍ସବ ଗୁରୁକୂଳ କନ୍ୟାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁକଜ୍ୟ ଅତିଥି ଭାବେ ଯୋଗ ଦେଇ  କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ଯେ ନବପ୍ରଭାତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ରାଜ୍ୟରେ ଦୁଇ ହଜାର ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ସ୍ଥାନୀୟ ଅଂଚଳରେ ପରମ୍ପରାଗତ ଶିକ୍ଷା ସହ ନୀତିଯୁକ୍ତ ଶିକ୍ଷା ଯଥା ସଂସ୍କୃତ, ଗୋ-ସେବା, କୃଷି, ନୈତିକ ସଂସ୍କାର ଭଳି ଶିକ୍ଷା ପ୍ରଦାନ କରିବାରେ ବଡ ଭୂମିକା ନେଇଛି । ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ୱତୀଜୀଙ୍କ ଆଶୀର୍ବାଦରୁ ଏହି ଶିକ୍ଷାନୁଷ୍ଠାନ ବିଗତ ୨୦ ବର୍ଷ ଧରି ଓଡିଶା ବିଶେଷ ଭାବରେ ପଶ୍ଚିମ ଓଡିଶାରେ ବୌଦ୍ଧିକ ସଂସ୍କୃତି, ସଭ୍ୟତା ଓ ଶିକ୍ଷାର ପ୍ରଚାର ପ୍ରସାର ସହ ସାମାଜିକ ଏବଂ ଆର୍ଥିକ ଉତଥାନ କାର୍ଯ୍ୟକ୍ରମରେ ଅଗ୍ରସର ହେଉଛି । ଏହି ଶିକ୍ଷାନୁଷ୍ଠାନ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ର ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଶିକ୍ଷାନୁଷ୍ଠାନ ନୈତିକ ଶିକ୍ଷା ସମେତ ଚାଷ, ଗୋ ସେବା ଭଳି ବ୍ୟବହାରିକ ଜ୍ଞାନକୁ ପ୍ରୋତ୍ସାହନ ଦେବାରେ ଗୋଟିଏ ପ୍ରୟୋଗଶାଳା ହୋଇଛି । ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଶ୍ୱକୁ ନେତୃତ୍ୱ କରିବାର କ୍ଷମତା ରଖିଛନ୍ତି । ଏହି ଶିକ୍ଷାନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟର ରୂପ ଦେବା ପାଇଁ ସମସ୍ତଙ୍କର ଇଚ୍ଛା ରହିଛି । ସମାଜର ସବୁ ବର୍ଗର ଲୋକଙ୍କ ପ୍ରୟାସରେ ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ ଏକ ବିଶ୍ୱବିଦ୍ୟାଳୟର ରୂପ ନେବ । ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ଏକବିଂଶ ଶତାବ୍ଦୀରେ ନୂଆ ଧର୍ମକ୍ଷେତ୍ର ହେବ ବୋଲି ସେ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସ୍ୱୟଂ ପ୍ରେରଣା ତିଆରି କରିଥାଏ । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସାମୂହିକ ଶିକ୍ଷା ଥାଏ । ଏହି ଶିକ୍ଷା କେବଳ ନିଜ କଥା ଭାବେ ନାହିଁ ପାଶ୍ଚାତ୍ୟ ଶିକ୍ଷା ଜ୍ଞାନ ସହ ବୁଦ୍ଧି ମଧ୍ୟ ଦିଏ । ଏଇଟା ହିଁ ବେଦରେ ଉଲ୍ଲେଖ ରହିଛି । ଏହି କାରଣରୁ ପୂର୍ବକାଳରେ ମୋଗଲ ଶାସକ ଏବଂ  ପରେ ଇଂରେଜ ମାନେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରିବା ସହ ନାଳନ୍ଦା ଓ ତକ୍ଷଶୀଳା ଭଳି ଶିକ୍ଷାନୁଷ୍ଠାନକୁ ଧୂଳିସାତ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ସମାଜକୁ ଗୁରୁଙ୍କ ମାଗଦର୍ଶନ ରୁହେ ସେହି ସମାଜକୁ କେହି ଅଟକାଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ଏକ ବେସରକାରୀ ସଂଗଠନ ଭାବରେ ନବପ୍ରଭାତ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ କେବଳ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଲୋକଙ୍କ ପାଖରେ ପହଁଚାଉନାହିଁ ବରଂ ଆଧୁନିକ ସମୟରେ ସମାଜରେ ଲୋକଙ୍କୁ ଉଚିତ୍ ମାଗଦର୍ଶନର ବାଟ ମଧ୍ୟ ଦେଖାଉଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । 

ସ୍ୱାମୀ ବିକେବାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ- ପ୍ରାକୃତିକ ବାଷ୍ପ ଓ ଇସ୍ପାତ  ମନ୍ତ୍ରୀ ଶ୍ରୀ  ପ୍ରଧାନଙ୍କ ବ୍ୟତୀତ  ବରଗଡ଼ ସାଂସଦ ସୁରେଶ ପୂଜାରୀ, ଡ଼, ସୋମଦେବ ଶତାଂଶୁ, ଗୁରୁକୂଳର ଅଧ୍ୟକ୍ଷ ଭଗବାନ ଦେବ, ଆଚାର୍ଯ୍ୟ ବୃହଷ୍ପତି, ଦୟାନନ୍ଦ ଶର୍ମା, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ମଂଚାସୀନ ଥିଲେ ।   

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ  ପାଇକମାଲ ଓ ପଦ୍ମପୁର ଠାରେ ଦଲୀୟ କର୍ମୀ ମାନଙ୍କ ଦ୍ବାରା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 

0
0
0
s2sdefault