ଗଜପତି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ  ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକାରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା-ଜଜ ବିଶ୍ଵଜିତ ଦାସ ଏହାକୁ ଉଦଘାଟନ କରି ବିଭିନ୍ନ କୋର୍ଟ କାର୍ଯ୍ୟର ତତ୍ତ୍ୱବଧାନ କରିଥିଲେ ।

    ଆୟୋଜିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲା  ଦୌରାଜର୍ଜ କୋର୍ଟରେ ମୋଟର ଜନିତ ଦୁର୍ଘଟଣା ବିଚାର କରାଯାଇ ସମୁଦାୟ ୬୬୫୦୦୦,୦୦ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ  ଦେଇଥିଲେ । ଏହି ଲୋକ ଅଦାଲତ ସମୁଦାୟ ୬୮୮ ଟି କେସ୍ ଆସିଥିବା ବେଳେ ସେଥିମଧ୍ୟରୁ ୭୩ ଗୋଟି  ସମାଧାନ କରାଯାଇ ୯୨୫୯୦୮,୦୦ ଟଙ୍କା ଆଦାୟ କରା ଯାଇଥିଲା ।

   ଏହି ଅଦାଲତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସିଭିଲ କୋର୍ଟର ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ଅରୁଣ କୁମାର ସାହୁ , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ , ବରିଷ୍ଠ  ଦେୱ।ନୀ ଅଧିକାରୀ  ଶ୍ରୀ ବ୍ୟୋମକେଶ ନାୟକ , ଏସଡିଜେଏମ: ଚନ୍ଦ୍ରହାଶ ବେହେରା ପ୍ରମୁଖ ନିଜନିଜ କୋର୍ଟରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାଧିକାରଣର ସମ୍ପାଦିକା ଶୁଶ୍ରୀ ଦୀପା ଦାସଙ୍କ ପରିଚାଳନାରେ ସମସ୍ତ କୋର୍ଟ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

   ଆୟୋଜିତ ଏହି ଲୋକ ଅଦାଲତରେ ମୋହନା , ରା.ଉଦୟଗିରି , କାଶୀନଗରରେ ଥିବା କୋର୍ଟ ମାନେ ମଧ୍ୟ ଅନୁଷ୍ଠିତ କରିଥିଲେ। ଏହି ସମସ୍ତ କୋର୍ଟ କାର୍ଯ୍ୟକ୍ରମରେ ସମସ୍ତ ଓକିଲ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସମସ୍ତ ଜାତୀୟକରଣ ଓ ଗ୍ରାମୀଣ ବ୍ୟାଙ୍କ ଓ ବିଏସଏନଏଲର ଅଧିକାରୀ ମାନେ ଯୋଗଦେଇ ସେମାନଙ୍କର ନିଜ ନିଜ ସମ୍ବନ୍ଧୀୟ ମାମଲାର ସମାଧାନ କରିଥିଲେ ।

0
0
0
s2sdefault