ହେଡଲାଇନସ୍:

 ଭାରସାମ୍ୟ ହରାଇ ଓଲଟିଲା ସ୍କରପିଓ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ)  ରାୟଗଡ ସଦର ମହକୁମା ୮ କି.ମି ଦୂର ହାଲୁଆ ଗ୍ରାମ ନିକଟସ୍ଥ ଆଶିର୍ବାଦ ଢାବା ନିକଟରେ ଭାରସାମ୍ୟ ହରାଇ ଓଲଟି ସ୍କରପିଓ ଗାଡିଟି  । ସୂଚନା ମୁତାବକ ଏକ ବାହାଘର ଭୋଜିରେ ଯୋଗ ଦେବା ନିମନ୍ତେ କାଶିପୁର ବ୍ଲକ ଅନ୍ତର୍ଗତ ଡି.କରଳ ଗ୍ରାମର ୭ ଜଣ ରାୟଗଡ ସାଇପ୍ରିୟା ନଗରକୁ ଆସିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଗାଁ ଅଭିମୁଖ ଫେରୁଥିବା ସମୟରେ ହୁଲଆ ଗ୍ରାମ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡିରେ ବସିଥିବା ୭ ଜଣ ମଧ୍ୟରୁ  ୩ ଜଣ ସାମାନ୍ୟ ଆହାତ ହୋଇଥିବା ବେଳେ ଗାଡିର ମାଲିକ ରାଜି ନାୟକ (୪୪) ଗୁରୁତର ଭାବେ ଆହତ ହୋଇଥିଲେ । ରାଜି ନାୟକଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇ ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣାପଡିଛି । 

0
0
0
s2sdefault