ହେଡଲାଇନସ୍:

ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ୧୯ରେ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

Rayagada Zilla Parishad president 

 ରାୟଗଡ (ସରୋଜ ସାହୁ ) :  ପୁରୁଷୋତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଦ ପାଇଁ ଆସନ୍ତା ୧୯ ତାରିଖରେ ମତଦାନ ହେବ | ସୂଚନାଯୋଗ୍ୟ ଯେ ପୁରୁଷୋତ୍ତମଙ୍କ ଦେହାନ୍ତ ପରେ  ଜାନୁୟାରୀ ୭ ତାରିଖରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବୀଣାପାଣି ସାହୁକାରଙ୍କୁ କାମଚଳା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା ।

 ରାଜ୍ୟ ସରକାରଙ୍କ ତା ୦୧.୦୨.୨୦୨୦ ଚିଠି ନଂ ୩୦୩ ପ୍ରକାରେ ଆସନ୍ତା ୧୯ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିର୍ବାଚନ କରିବା ପାଇଁ ଚିଠି ଆସିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶ ପ୍ରକାରେ ଆସନ୍ତ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୧୯ ତାରିଖ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧.୩୦ ମିନିଟରେ ଯାଞ୍ଚ  ଏବଂ ଅପରାହ୍ନ ୧୨ ଟାରେ ନାମାଙ୍କନ ପତ୍ର ପତ୍ୟାହାର କରିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି । ଯଦି ଆବଶ୍ୟକ ପଡେ ତେବେ ୧୨.୩୦ରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ ଏବଂ ଭୋଟ ଗଣତି ପରେ ରାଜ୍ୟ ନିର୍ବାଚନ କମିଶନ ନିକଟକୁ ଫଳାଫଳ ପଠାଯିବ ବୋଲି ସୂଚନା ରହିଛି । ରାଜ୍ୟ କମିଶନ ବିଧିବଦ୍ଧ ଭାବେ ୨୦ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା କରିବେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମୃତ ଋତୁରାଜଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି ।    

0
0
0
s2sdefault