ହେଡଲାଇନସ୍:

ବିଧାନସଭା ଦଶମ ଷ୍ଟାଣ୍ଡିଙ୍ଗ କମିଟିର ସମ୍ବଲପୁର ଗସ୍ତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି  ଶୁକ୍ରବାର  ସମ୍ବଲପୁର ଗସ୍ତ ହୋଇଛି l ବିଧାୟକ ସୁବ୍ରତ ତରାଇଙ୍କ ନେତୃତ୍ୱରେ ରାଜ୍ୟ ବିଧାନସଭା ଦଶମ ଷ୍ଟାଣ୍ଡିଙ୍ଗ କମିଟି ସମ୍ବଲପୁରରେ ପହଂଚି ରାଜସ୍ବ, ଶକ୍ତି ଓ ଅବକାରୀ ବିଭାଗର ଅଧିକାରୀଙ୍କ ସହ  ସ୍ଥାନୀୟ ସର୍କିଟ ହlଉସ ଠାରେ ସମୀକ୍ଷା  କରିଛନ୍ତି l

କମିଟି ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ l ବିଶେଷ କରି ରାଜସ୍ବ ବିଭାଗ ରେ ଷ୍ଟାଫ ସମସ୍ୟା ଯୋଗୁଁ  ଯୋଜନା କାର୍ଯ୍ୟକାରିତା ହୋଇନପାରୁଥିବା ଏବଂ ବହୁ ସ୍ଥାୟୀ ଅଧିବାସୀ ଙ୍କୁ ଏବେ ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନଥିବା ବିଷୟକୁ ସେମାନେ ଗୁରୁତ୍ୱ ଦେଇଥିଲେ l ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଶକ୍ତି ଓ ଅବକାରୀ ବିଭାଗ ସହ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି l ବିଶେଷ କରି ଅବାଧରେ ଚାଲିଥିବା କୁଚିଆ ମଦ, ଗଂଜେଇ  ଚୋରାଚାଲାଣ ରେ ସକ୍ରିୟ ମାଫିଆ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ସ୍ଥାନୀୟ ସର୍କିଟହାଉସରେ ଆୟୋଜିତ ଏଗାର ଜଣିଆ ଏହି ଷ୍ଟାଣ୍ଡିଙ୍ଗ କମିଟି ସହ ସମ୍ବଲପୁର ଜିଲ୍ଲାପାଳ, ଏସପି, ଅତିରିକ୍ତ ଜ଼ିଲ୍ଲାପାଳ, ପିଡ଼ି ଡ଼ିଆରଡ଼ିଏ ତଥା ଅନ୍ୟାନ୍ୟ  ଅଧିକାରୀ ମାନେ ଉପସ୍ଥିତ ଥିଲେ l

0
0
0
s2sdefault