ହେଡଲାଇନସ୍:

 ଓଡ଼ିଶା ସ୍କିଲସ୍ ୨୦୨୦ କାର୍ଯ୍ୟକ୍ରମ ଉଦ୍ଘାଟିତ , ଏଥର  ଟାର୍ଗେଟ ୨:୪:୬ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

୧୫ ହଜାର ଛାତ୍ରଛାତ୍ରୀ  ଏହି ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍ କରିଛନ୍ତି

ଭୁବନେଶ୍ୱର(ଶାସକ ପ୍ରଶାସକ ) : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲସ୍ ୨୦୨୦ର ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛିା ଆସନ୍ତା ୨୦୨୦ ଅପ୍ରେଲ୍ ମାସ ୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହେବା ଏଥି ପାଇଁ ଯୁବକମାନଙ୍କ ମଧ୍ୟରେ ଅହେତୁକ ଆଗ୍ରହ ପରିଲକ୍ଷିତ ହୋଇଛିା ୧୫ ହଜାର ଛାତ୍ର ଏହି ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍ କରିଛନ୍ତିା ଏଥିରେ ୬ଟି ସେକ୍ଟରର  ୪୬ଟି ଦକ୍ଷତା ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରବର୍ତ୍ତୀ ସମୟରେ ଏଥିରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଜାତୀୟ ସ୍ତରରେ ଇଣ୍ଡିଆ ସ୍କିଲସରେ  ଯୋଗଦେବେ ଓ ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ୨୦୨୧ ମସିହାରେ ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା କାର୍ଯ୍ୟକ୍ରମରେ ଯୋଗଦେବୋ ୨୦୨୧ ସାଂଘାଇ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ୨-୪-୬ ଲକ୍ଷ ରଖିଛନ୍ତିା ଅର୍ଥାତ୍ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ ପାଇଁ ମିଶନ ପ୍ରସ୍ତୁତ କରିଛନ୍ତିା ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ ୮ ଫେବୃଆରୀ ୨୦୨୦ରେ ପ୍ରଥମ ଭାଗ ପ୍ରତିଯୋଗିତା ଆରମ୍ଭ ହେବା ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୩ଟି ଦକ୍ଷତା ଉପରେ ସଂକ୍ଷିପ୍ତ ଭାବେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବା

ଓଡ଼ିଶା ସ୍କିଲସ୍ ୨୦୨୦ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛିା ପ୍ରାରମ୍ଭରେ ଜଟଣୀ ଆଇଟିଆଇର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲୋ ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲୋ ସି.ଭି ରମଣ ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ନୁକଡ୍ ଅଭିନୟ ପ୍ରଦର୍ଶନ କରିଥିଲୋ ଏହି ଅବସରରେ ୨୦୧୮ ଓଡ଼ିଶା ସ୍କିଲସ୍ ଉପରେ ଏକ ଭିଡିଓ "ସ୍ୱର୍ଣ୍ଣିମ ଯାତ୍ରା' ପ୍ରଦର୍ଶିତ ହୋଇଥିଲା ଓ ଭୁବନେଶ୍ୱର ଆଇଟିଆଇର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲୋ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଏରୋସ୍ପେସ୍ ଆଣ୍ଡ ଡିଫେନ୍ସର ହେଡ୍ ଏରୋଷ୍ଟ୍ରକ୍ଚର୍ ଆଣ୍ଡ ଏରୋ-ଇଂଜିନସ୍ ଶ୍ରୀ ମାସୁଦ୍ ହୁସେନୀ କହିଲେ ଯେ, ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଆମେ ଆମର ଲକ୍ଷ ହାସଲରେ ସଫଳ ହୋଇପାରିଛୁା ଆଜି ଯେକୌଣସି ପ୍ଲେନ୍ ଦେଖନ୍ତୁ ସେଥିରେ ନିଶ୍ଚିତ ଭାବେ ଟାଟା ନିର୍ମିତ ଯନ୍ତ୍ରାଂଶ ବ୍ୟବହାର ହୋଇଥିବା ଆମ ସହିତ ଓଡ଼ିଶାର ପିଲାମାନେ କାର୍ଯ୍ୟ କରୁଛନ୍ତିା ସେମାନେ ଖୁବ ଶୀଘ୍ର  କୁଶଳୀ ହୋଇପାରୁଛନ୍ତିା ଆମେ ଲକ୍ଷ ରଖିବା ଉଚିତ୍ ଯେ ଆମେ ଯାହା କରିବା ଓ କରିପାରିବା ତାହା ଦୁନିଆର ସବୁଠୁ ଭଲ ଉତ୍ପାଦ ହେବା ଆମକୁ ଆଗକୁ ଯିବାକୁ ହେଲେ ଦକ୍ଷ ହେବାକୁ ପଡ଼ିବ ଓ ନିଜର ଦକ୍ଷତାର ବିକାଶ କରିବାକୁ ପଡ଼ିବା

କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ କହିଲେ ଯେ ଆଜି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ପରିଚିତ ରାଜ୍ୟା ସରକାର ଯୁବକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସଂକଳ୍ପବଦ୍ଧା ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋର ସହଯୋଗୀମାନଙ୍କ ଉପରେ ମୋର ସଂପୂର୍ଣ୍ଣ ଭାବେ ଅତୁଟ ଭରସା ରହିଛିା ସେମାନେ ନିଜର ଉଦ୍ଯୋଗରେ ନିଶ୍ଚିତ ସଫଳ ହେବୋ ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟକୁ ଆଗେଇନେବୋ

ଏହି ଅବସରରେ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁବ୍ରୋତ ବାଗ୍ଚୀ ଦକ୍ଷତାର ସ୍ୱାଭିମାନ ଓ ସାମାଜିକ ସ୍ୱୀକୃତି ଆବଶ୍ୟକ ବୋଲି ମତ ଦେଇ କହିଲେ ଯେ ଓଡ଼ିଶା ଗତବର୍ଷ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏବେ ଆମେ ପ୍ରଥମ ସ୍ଥାନ ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଛୁା ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ସଂପର୍କରେ କହିଲେ ଯେ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି ଏବଂ ଏହାକୁ ଉନ୍ମୋଚିତ କରିବାକୁ ପଡ଼ିବା ଏ କ୍ଷେତ୍ରରେ ଅଭିଭାବକମାନେ ସଚେତନ ହେବା ଉଚିତା

କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭାଗୀୟ ସଚିବ ଶ୍ରୀ ସିଂ କହିଲେ ଯେ ଗତଥର ଆମର ଲକ୍ଷ୍ୟ ଥିଲା ୧-୨-୩ା | ଏବେ ଏଥିରେ ଆମେ ପରିବର୍ତ୍ତନ କରି ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ୨-୪-୬ ଲକ୍ଷ୍ୟ ରଖିଛୁ,୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକା ଏଥି ପାଇଁ ବିଭାଗ ଆନ୍ତରିକତାର ସହ ଉଦ୍ୟମ ଜାରି ରଖିଛି  ଆଜି ଆମର ପିଲା ବାହାରେ ଯାଇ ଖୁବ୍ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତିା ଏହା ଆମ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟା ଏହି ଅବସରରେ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଓ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ରଶ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦକ୍ଷତା ବିକାଶ କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲୋ ଶେଷରେ ବିଭାଗୀୟ ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ 

 

0
0
0
s2sdefault