ହେଡଲାଇନସ୍:

ସାର ପିଲାଙ୍କୁ ଶାସନ କରନ୍ତୁ, ତା ବୋଲି କଣ ଏମିତି ମାରିବେ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଧର୍ମଗଡ଼ :  ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ଧର୍ମଗଡ଼ରୁ  ଶୁସାନ୍ତ ରାଉତ : ଦଣ୍ଡମୁକ୍ତ ସ୍କୁଲ ପରିସର । ସ୍କୁଲ ପରିସରରେ ପିଲାଙ୍କୁ ମାଡ଼ ମାରିବାକୁ ନିଷେଧ କରାଯାଇଛି | ଠିକ ଅଛି, ପିଲାଙ୍କୁ ଶାସନ ପାଇଁ ସାର ଆକଟ କରନ୍ତୁ | ହେଲେ ଏମିତି କଣ ଅମଣିଷ ଭଳି ଗୋରୁ ଗାଈଙ୍କୁ ପିଟିଲା ପରି ପିଟିବେ ! ଜଣେ ଶିକ୍ଷକ ଏତେ ନୃଶଂସ କେମିତି ହୋଇପାରିବ | 

ଏମିତି ଘଟିଛି  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କନା ଗାଁ ସ୍କୁଲରେ | ଜଣେ ଛାତ୍ରକୁ ଶିକ୍ଷକ ସଂସ୍କୃତ ପରୀକ୍ଷାରେ ଇଂରାଜୀରେ ଲେଖିଲା ବୋଲି ଶିକ୍ଷକ ଏମିତି ମାଡ ମାରିଛନ୍ତି ଯେ ବର୍ବରତା ପଦାକୁ ଫୁଟି ବାହାରି ପଡୁଛି | ଠିକ ଅଛି, ପିଲାଟିକୁ ସଂସ୍କୃତ ଆସୁନି ବୋଲି ସେ ଇଂରାଜୀରେ ଲେଖିଦେଇଛି | ହେଲେ ତା ଖଟରେ ଶୂନ ମାର୍କ ଦେଇଦେଇ ଥାନ୍ତେ ! ତା ଅଭିଭାବକଙ୍କୁ ଡକାଇ ଦେଖାଇଥାନ୍ତେ | ତା ବାପା ମା ପରା ତାକୁ କୋରିଥାନ୍ତେ କି ଆଉ କଣ ପଦକ୍ଷେପ ନେଇଥାନ୍ତେ | ହେଲେ ପିଠିକୁ ଏମିତି ମାଡ଼ ମାରିଛନ୍ତି ଯେ ଆଙ୍ଗୁଳି ରୋଟରେ ନୋଳା ବସିଯାଇଛି | ପିଲାଟି ଯାଇ ତାକୁ ଘରେ ଦେଖାଇବା ପରେ ଏମିତି  ନୋଳା ଦେଖି ବାପା ମା ବି ବ୍ୟଥିତ | ତେଣୁ ଅଭିଭାବକ  ଆସି ପାଟିତୁଣ୍ଡ କରିବା ଥୟ | ଆଉ ପିଲାଟି ସହ ଏପରି ଅମାନବୀୟ ଦଣ୍ଡ ବିଧାନ ଦେଖି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା | 

0
0
0
s2sdefault