ହେଡଲାଇନସ୍:

ମହାମନ୍ତ୍ରରେ ଝଙ୍କୃତ ହେଲା ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବିହାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଜ଼ିଲ୍ଲା ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବିହାର ଠାରେ ଅନୁଷ୍ଠିତ ହୋଇଥିବା ଚବିଶ  ପ୍ରହରୀ ନାମଯଜ୍ଞ ଗୁରୁବାର ସମାପନ ହୋଇଛି l ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାଜସେବୀ ଶତ୍ରୁଘନ ଲାଲ୍  ସାହା ଏଥିରେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ସନ୍ଥ ଗିରିବରଦାଶଜୀ ମହାରାଜ ଉପସ୍ଥିତ ରହି ସମସ୍ତଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ l 

       

ଏହି ନାମଯଂଜ୍ଞ ଗତ ୨ ତାରିଖ ଅଧିବାସ କରାଯାଥିଲା l ଗୁରୁବାର ପୂର୍ଣ୍ଣାହୁତି ପଡିବା ପରେ ନଗରକୀର୍ତ୍ତନ କରାଯିବା ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ବିଗତ ତିନି ବର୍ଷ ହେବ ସମାଜର ମଙ୍ଗଳ କାମନା ପୂର୍ବକ  ଶ୍ରୀରାମ ବାଟିକା ଠାରେ ଏହି ନାମଯଜ୍ଞ ହୋଇଆସୁଛି l ଚଳିତ ବର୍ଷ ଏଠାକୁ ହଜାର ହଜାର ଭକ୍ତ ଆସି ନାମ ସଂକୀର୍ତନରେ ସାମିଲ ହୋଇଥିଲେ l

0
0
0
s2sdefault