ହେଡଲାଇନସ୍:

ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ନୟାଗଡ଼ ଦ୍ୱାରା ଆୟୋଜିତ କର୍ମଶାଳାରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଡିଓ ସ୍ୱାତୀଲେଖା ଦାସ, ସମନ୍ୱୀତ ଶିଶୁ ସୁରକ୍ଷା ସୁପରଭାଇଜର ପ୍ରଭାସିନୀ ମିଶ୍ର ସୁରକ୍ଷା ଏବଂ ଯତ୍ନ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ । ନିସ୍ୱାର୍ଥର ସମ୍ପାଦକ ଅରୁଣ କୁମାର ମହାନ୍ତି ଶିଶୁ ସୁରକ୍ଷା ଏବଂ ତାର ଯତ୍ନପାଇଁ ପଂଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ଏବଂ ଶିଶୁ ସୁରକ୍ଷା ଆଇନିର କାର୍ଯ୍ୟକାରିତା ସନ୍ଧରେ ଆଲୋଚନା କରିଥିଲେ । ଓଡ଼ଗାଁ ବ୍ଲକର ପଂଚାୟତ ପ୍ରତିନିଧିମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ନୟାଗଡ଼ ଶିଶୁ ସୁରକ୍ଷା ଅଧିକାରୀ ଶୈଳବାଳା ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରର ସୁବାସିନୀ କବାଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  

0
0
0
s2sdefault