ହେଡଲାଇନସ୍:

ବରଗଡ଼ କ୍ୟାନସର ହସ୍ପିଟାଲ :  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ସ୍ଥଳ ପରିଦର୍ଶନ କଲେ ଅନୁଧ୍ୟାନକାରି  ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ-ବରଗଡ଼ରେ ସ୍ଥାପନ ହେବ କ୍ୟାନ୍ସର ହସପିଟାଲ । ଦୂର ହେବ କ୍ୟାନ୍ସର ରୋଗୀଙ୍କ ସମସ୍ୟା । ମାଗଣାରେ ମିଳିବ ଚିକିତ୍ସା ସୁବିଧା । ସାକାର ହେବ ଜିଲ୍ଲାବାସୀଙ୍କ ବହୁ ପ୍ରତିକ୍ଷୀତି ସ୍ବପ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବରଗଡ଼ ଟୁକୁର୍ଲା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଚାର୍ଯ୍ୟ ହରିହର କ୍ୟାନ୍ସର ରିଜିଓନାଲ ସେଣ୍ଟର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ  ଷଡ଼ଙ୍ଗୀଙ୍କ ନେତୃତ୍ବରେ 3 ଜଣିଆ ଡାକ୍ତରୀ ପ୍ରତିନିଧି ଦଳ କ୍ୟାନ୍ସର ହସପିଟାଲ ସ୍ଥାପନ ପାଇଁ ସ୍ଥାନ ନିରୂପଣ ସହ ଆବଶ୍ୟକ ଭିତ୍ତିଭୂମିର ତଦନ୍ତ କରିଛନ୍ତି ।

ବରଗଡ଼ ଜିଲ୍ଲାରେ ଦୀର୍ଘ ଦିନରୁ କ୍ୟାନ୍ସର ହସ୍ପିଟାଲ ସ୍ଥାପନ କରିବା ପାଇଁ ବହୁ ଆନ୍ଦୋଳନ ଜାରି ରହିଛି । ଗତ ଡିସେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ ଉତ୍ସବରେ ବରଗଡ଼ କ୍ୟାନ୍ସର ହସପିଟାଲ ସ୍ଥାପନ କରାଯିବ ବୋଲି ଘୋଷଣା କରିବା ପରେ ଆଜି ଡାକ୍ତରୀ ଦଳ ତଦନ୍ତ କରି ଫେରି ଯାଇଥିଲେ । ତିନି ଜଣିଆ ପ୍ରତିନିଧି ଦଳରେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ରିଜିଓନାଲ ସେଣ୍ଟର ଡ଼ାଇରେକ୍ଟର ଡାକ୍ତର ଲଲାଟେନ୍ଦୁ  ଷଡ଼ଙ୍ଗୀ , ଡାକ୍ତର ସୁଶାନ୍ତ କୁମାର ସ୍ୱାଇଁ ଷ୍ଟେଟ ନୋଡାଲ ଅଫିସର କେନ୍ସର କେୟାର ଓ ସର୍ବୋଦୟ ହସ୍ପିଟାଲ ନୂଆଦିଲ୍ଲୀର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେସ ପେଣ୍ଢାରକର ସ୍ଥିତି ଅନୁଧ୍ୟାନ କରିଥିଲେ । 50 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସପିଟାଲରେ 50କୋଟି ଟଙ୍କା ଖର୍ଚ୍ଚ କରାଯିବ । ତଦନ୍ତ ବେଳେ ବରରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ସିଡିଏମଓ ବିଭୁତି ଭୂଷଣ ମେହେର ପ୍ରମୁଖ  ଉପସ୍ଥିତ ଥିଲେ। 

0
0
0
s2sdefault