ହେଡଲାଇନସ୍:

ପଶ୍ଚିମ ପଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀ: ୭ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ) : ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବୀ ତେଜିବାରେ ଲାଗିଛି । ରାଜ୍ୟ ଓକିଲ ସଂଘ ସଦସ୍ୟ ଆକ୍ରୋସ ମୁଳକ ପଶ୍ଚିମ ଓଡିଶାର ଆନେ୍ଦାଳନରତ ଓକିଲ ମାନଙ୍କ ଲାଇସେନ୍ସ ରଦ୍ଧ କରିବାକୁ ସର୍ବ ଭାରତୀୟ ଓକିଲ ସଂଘକୁ ଲିଖିତ ଜଣାଇଛନ୍ତି । ଏହାକୁ ବିରୋଧ କରି ନୂଆପଡ଼ା ସିଭିଲ ବାର ଏସୋସିଏସନ  ନେତୃତ୍ୱରେ ନୂଆପଡ଼ାରେ ୭ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା । ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜାନ ବାହାନ ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ ଅଫିସ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା ।   

  ସକାଳ ୬ଟାରେ ସିଭିଲ ବାର ଏସୋସିଏସନ ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ସିଭିଲ ବାର ଏସୋସିଏସନ, ସଦସ୍ୟ ମାନେ ସ୍ଥାନୀୟ ଏକତା ଛକ ନିକଟରେ ଏକତ୍ରିତ ହୋଇଥିଲେ । ଜାତୀୟ ରାଜପଥ ୩୫୩କୁ ଓକିଲ ମାନେ ଅବରୋଧ କରିଥିଲେ । ପରେ ସହରର ଦୋକାନ ବଜାର ବନ୍ଦ କରି ଆନ୍ଦୋଳନକୁ ସମର୍ଥନ କରିବାକୁ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଥିଲେ । ପୂର୍ବାହ୍ନ ୧୦ଟାରେ ପ୍ୟାକେଟିଂ କରି ସରକାରୀ ଓ ବେସକାରୀ ଅଫିସକୁ ବନ୍ଦ କରିଥିଲେ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ୨୭ଟି ଓକିଲ ସଂଘ ରହିଛି । ଦିର୍ଘ ବର୍ଷ ହେଲା ପଶ୍ଚିମ ଓଡିଶାରେ ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ କରିବାକୁ ଓକିଲମାନେ ଆନେ୍ଦାଳନ କରି ଆସୁଛନ୍ତି । ଜନସଂଖ୍ୟା ଓ ଫୌଜଦାରୀ ମକଦ୍ଦମା କୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା  ନିତାନ୍ତ ଆବଶ୍ୟକତା ରହିଛି । ଏହି ଓକିଲ ମାନଙ୍କଆନ୍ଦୋଳନ  ପୂର୍ବ ଓଡିଶାର ଓକିଲ ସଂଘର କର୍ମକର୍ତ୍ତା ମାନେ ଆକ୍ରୋସ ମନୋଭାବ ରଖି ଭଣ୍ଡୁର କରିବାକୁ ଉଦ୍ୟାମକୁ କରୁଛନ୍ତି । ପଶ୍ଚିମ ଓଡିଶାର ଓକିଲ ସଂଘର ସଦସ୍ୟ ମାନଙ୍କ ସର୍ବଦା ଆନେ୍ଦାଳନରତ ରହୁଛନ୍ତି । ଏଣୁ ପଶ୍ଚିମ ଓଡିଶାର ଓକିଲମାନଙ୍କ ଲାଇସେନ୍ସ ରଦ୍ଦ  କରିବାକୁ ଓଡ଼ିଶା ବାର କାଉନସିଲ କର୍ମକର୍ତ୍ତା ମାନେ ସର୍ବ ଭାରତୀୟ ଓକିଲ ସଂଘ ନିକଟରେ ଦାବୀ କରିଛନ୍ତି । ଏହାକୁ ନୂଆପଡ଼ା ଜିଲ୍ଲା ସିଭିଲ ବାର ଏସୋସିଏସନ  ତିବ୍ର ବିରୋଧ କରୁଛି । ଏହାର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାକୁ ବନ୍ଦ ପାଳନ କରିଥିବା ସିଭିଲ ବାର ଏସୋସିଏସନ ସଭାପତି ଶ୍ରୀ ମାଝୀ ସୂଚନା ଦେଇଥିଲେ । ପଶ୍ଚିମ ଓଡିଶାର ଓକିଲ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କଲେ ଆନେ୍ଦାଳନ ତିବ୍ରତର ହେବ ବୋଲି ସିଭିଲ ବାର ଏସୋସିଏସନ ସାଧାରଣ ସମ୍ପାଦକ ବିଶ୍ୱମଣୀ ପାଣିଗ୍ରାହୀ, ଉପ ସଭାପତି ଶୁସାନ୍ତ ପତି, ଆଇନଜିବୀ ଦେବଦତ୍ତ ଦିକ୍ଷୀତ ଚେତାବନୀ ଦେଇଛନ୍ତି । ବାର ଏସୋସିଏସନ ସ୍ୱେତରାମ ଦେବାଙ୍ଗନ, ଅମିତାଭ ବୋଷ, shribatsa  ମଲ୍ଲିକ, ଦୁଲୁ ପାଣିଗ୍ରାହୀ, ଲେଖରମ ସାହୁ , କଂଗ୍ରେସ ଜିଲ୍ଲା ସେବା ଦଳ ସଭାପତି ଜଗଦୀଶ ସାହୁ, ଖରିଆରରୋଡ଼ ନଗର କଂଗ୍ରେସ ସଭାପତି ଜୁନେଦ ମହମ୍ମଦ ପ୍ରମୁଖଙ୍କ ସମେତ ସିଭିଲ ବାର ଏସୋସିଏସନ, ଓ ଜିଲ୍ଲା କଂଗ୍ରେସ କମିଟି ସଦସ୍ୟମାନେ ଆନେ୍ଦାଳନରେ ସାମିଲ ହୋଇଥିଲେ । ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଜାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇ ପଡିଥିଲା । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଥିଲେ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦରେ ଆଂଶିକ ପ୍ରଭାବ ଦେଖା ଦେଇଥିଲା । ସହର ଭିତରେ କିଛି ଦୋକାନ ବଜାର ଖୋଳା ରହିଥିବା ଦେଖିବାକୁ ମିଳିଥିଲା । ସେହିପରି କୋମନା, ଉଦ୍ୟାନବନ୍ଧରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା ।

0
0
0
s2sdefault