ହେଡଲାଇନସ୍:

ଲିଭିଲା ଜିତେନ ଦୀପର ଜୀବନ ଦୀପ : ହତ୍ୟା ନା ଦୁର୍ଘଟଣା, କିଏ ସେ ରହସ୍ୟମୟୀ ଯୁବତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର : (ନିରୋଜ ମିଶ୍ର) ମାଫିଆଗିରିରୁ ରାଜନୀତିକୁ ଆସି ସବୁବେଳେ ଚର୍ଚ୍ଚାରେ ରହୁଥିବା ମାଫିଆ ଜିତେନ ଦୀପର ଏକ ଦୁର୍ଘଟଣାରେ ମୃତ୍ୟ ହୋଇଛି । ଗୋଟିଏ ଦିନ ଆଗରୁ ବରଗଡ଼ ବଲାଙ୍ଗୀର ରାସ୍ତାରେ ଜିତେନ ଦୀପ ଦୁର୍ଘଟଣା ଗ୍ରସ୍ତ ହେବା ଖବର ପ୍ରଚାର ହୋଇଥିଲା । ତେବେ ପୋଲିସ ପାଖରେ ଏନେଇ କୋଣସି ଖବର ନଥିଲେ ସୁଦ୍ଧା ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ତାହା ରହସ୍ୟ ଘେରରେ ରହିଛି ।

ପୂର୍ବରୁ ଜିତେନ ନା ରେ ଅନେକ ଅପରାଧିକ ରେକର୍ଡ ଥିବା ବେଳେ ତାକୁ ଗିରଫ କରିବା ପାଇଁ ଏକ ସମୟରେ ବଲାଙ୍ଗୀର ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଥିଲା । ତେବେ ଗିରଫ ପରେ ଜାମିନରେ ଆସିଥିବା ଜିତେନ ଦୀପ କିଛି କାମରେ ବରଗଡ଼ରୁ ବଲାଙ୍ଗୀର ଫେରୁଥିବା ବେଳେ ଦୁର୍ଘଟଣା ହେବା ଖବର ଆସିଥିଲା । ତେବେ ଘଟଣା ଦିନ ସାଙ୍ଗରେ ଜିତେନ ସାଙ୍ଗ ରେ ଜଣେ ଯୁବତୀ ଥିବା ପରେ ସେ ଯୁବତୀ ସେଠାରୁ ଫେରାର ହେବା ଏହି ଘଟଣାକୁ ଆହୁରି ଜଟିଳ କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛିି ।

0
0
0
s2sdefault