ହେଡଲାଇନସ୍:

ଧଳା ଜହର ରଖିଥିବା ଯୁବକକୁ ବାନ୍ଧିଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି)- ଧଳା ଜହର  କବଳରେ ଯୁବ ଗୋଷ୍ଠୀ । ନିଶା ସାମ୍ରାଟଙ୍କ  ମାୟା ଜାଲରେ ଯୁବ ସମାଜ । ସାମାଜିକ ସୁସ୍ଥ ପରିବେଶରେ ଅଶାନ୍ତର ବାତାବରଣ ଦେଖାଦେଇଛି । ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ  ପଛ ଗଳିରୁ  ଜଣେ ଯୁବକ ବ୍ରାଉନ ସୁଗାର ରଖିଥିବା ଜାଣି ଏସଡିପିଓ ସ୍ନେହାଶୀଷ ସାହୁଙ୍କ ନିର୍ଦେଶ କ୍ରମେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀଣୀ ରେଣୁବାଳା ସାହୁ , ସବ ଇନ୍ସପେକ୍ଟର ସଂଗିତା ଦାସ ଏବଂ ଅନ୍ୟ ପୋଲିସ କର୍ମଚାରୀ କୌଣସି ସୂତ୍ରରୁ  ବୁଧବାର ସକାଳ ୯.୧୫ ମିନିଟ ପାଖାପାଖି ସମୟରେ ଖବର ପାଇ ଘଟଣାସ୍ଥଳରେ ପହଂଚି ଅତର୍କିତ ଭାବେ ଚଢ଼ାଉ କରି ଯୁବକକୁ କାବୁ କରିଥିଲେ । ଥାନାରେ ଅଭିଯୁକ୍ତର ତଲାସୀ ନେବା ପରେ ୧୨ ଗ୍ରାମର ଧଳା ଜହର, ୨୦୬୯ ଟଙ୍କା, ୬ଟି ଏଟିଏମ୍ କାର୍ଡ, ୩ଟି ପୁରୁଣା ମୁଦ୍ରା, ୧ଟି ମୋବାଇଲ, ୧ଟି ସିମ୍ ଜବତ କରିଥିଲେ । ଏହାକୁ ନେଇ ଥାନାରେ ୨୩/୨୦୨୦ ମାମଲା ରୁଜୁ କରାଯାଇଛି ।ତଦସହ ୨୧ ବି ଏନ .ଡି .କେଶ ବୁକ୍ କରାଯାଇଛି । ଯୁବକଟିର ଘର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ବେଡା ଅଂଚଳରେ । ଯୁବକର ନାମ ଏମଡି ଦିଲଦାର (୨୫) ପିତା ଏମଡି ଅନଓ୍ବାର । ପ୍ରଥମ ଥର କରି ରାଇରଙ୍ଗପୁର ସହରରେ ଧଳା ଜହର ବ୍ୟବସାୟୀଙ୍କୁ ଧରିବାରେ ପୋଲିସର ପ୍ରଥମ ସଫଳତା ଏବଂ ସହରରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ଗିରଫ କରି ଅଧିକରୁ ଅଧିକ ତଦନ୍ତ ଚାଲୁ ରଖିଛି ।

0
0
0
s2sdefault