ନିଲମ୍ବିତ ହେଲେ ମଦୁଆ ବାବୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି : ନିଲମ୍ବିତ ହେଲେ ମଦୁଆ ପୋଲିସ ଏ ଏସ ଆଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ରେ କାର୍ଯ୍ୟରତ ଥିବା ଏ ଏସ ଆଇ ସଚିଦା ନନ୍ଦ କିଷାନ ଗତକାଲି ସନ୍ଧ୍ୟା ସମୟରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟରେ ଥୁବା ଏକ ପାନ ଦୋକାନ ରେ  ଥୁବା ବେଞ୍ଚ ଉପରେ ବେହସ ଅବସ୍ଥାରେ ପଡିରହିଥିଲେ। ମଦୁଆ ଏ ଏସ ଆଇ ଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହୋଇଥିଲା। ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମଦୁଆ ଏ ଏସ ଙ୍କ ଭିଡ଼ିଓ ଭାଇରଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ ପି ଏ ଏସ ଆଇ ସଚିଦାନନ୍ଦ କିଷାନ ଙ୍କୁ ତୁରନ୍ତ ଚାକିରୀ ରୁ ନିଲମ୍ବିତ କରିଛନ୍ତି ।

0
0
0
s2sdefault