ଖେତ ପାଖରେ ପହଂଚି ଚାଷୀଙ୍କ ସୁବିଧା ଅସୁବିଧା ବୁଝିଲେ ଅଧ୍ୟକ୍ଷ, ସହଯୋଗର ଦେଲେ ପ୍ରତିଶ୍ରୁତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ  ଅମରେଶ ପତ୍ରୀଙ୍କ ୨ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ : କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା 

ଜି ଉଦୟଗିରି (ଗଗନ କୁମାର ପ୍ରଧାନ ) :"ଆଜ୍ଞା ଆଗରୁ କେହି ଆସୁନଥିଲେ | ଆଜି ଭୁବନେଶ୍ୱରରୁ ଆସିଥିଲେ  ଉଠାଜଳସେଚନ ଚ୍ୟାରମାନ | ଆମ ବଗିଚା ବୁଲିଲେ | ଆମେ ଯାହା ମରାମତ କଥା କହିଲୁ ଶୁଣିଲେ | ଜୋଟା ଜୋଟା ଭାଙ୍ଗି ଯାଇଛି ସେଟା ମରାମତ କରିଦେବେ ବୋଲି କହିଲେ | ସାରେ ନିଜେ ଆସିକି ଆମ ବଗିଚା ବୁଲିଲେ ଆଉ ଆମ ସୁବିଧା ଆସୁବିଧା ପଚାରି ବୁଝିଲେ | ଆଗରୁ ଇମିତି ହୋଉନଥିଲା | ଆଉ ଆଜି ସାର ଆସି ଆମ ପାଖରେ ପହଁଚିଲେ, ମୁ ଭଉତ ଖୁସି |"  ରାଜ୍ୟ ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କୁ ନିଜ ଖେତ ପାଖରେ ପାଇଁ ଓ ତାଙ୍କୁ ନିନା ସୁବିଧା ଅସୁବିଧା ଜଣାଇ ଆଶ୍ଵାସନ ପାଇବା ପରେ ଚାଷୀ ଜଣକ ଖୁସିରେ ଏକଥା ବଖାଣିଥିଲେ ଆମ ପ୍ରତିନିଧିଙ୍କ ଆଗରେ | 

  ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ  ପ୍ରଥମ ଦିନରେ ବାଲିଗୁଡା ଓ.ଏଲ୍.ଆଇ.ସି ଉପଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ନିଗମର କାର୍ଯ୍ୟ ସମୀକ୍ଷା କରିବା ସହ ଖଣ୍ଡିଆ ଅବା ନୂଆ ପ୍ରକଳ୍ପକୁ ତୁରନ୍ତ ୫-ଟି ମାପଦଣ୍ଡ ଆଧାରରେ ଧାର୍ଯ୍ୟ ସମୟ ଭିତରେ ସାରି ଚାଷୀଙ୍କ ବ୍ୟବହାର ଉପହୋଗୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ |   ଶ୍ରୀ ପତ୍ରୀ ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ନିଗମ ସଂପର୍କିତ କାର୍ଯ୍ୟର ସମୀକ୍ଷା କରିବା ସହ ବାଲିଗୁଡା, କ. ନୂଆଗାଁ ଓ ଦାରିଙ୍ଗିବାଡି ବ୍ଲକର ବିଭିନ୍ନ ରିଭର ଲିଫ୍ଟ, ଗଭୀର ନଳକୂପ ଓ ମାଇକ୍ରୋ ରିଭର ଲିଫ୍ଟ ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରେ କିଛି ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ | ନିଗମ ଦ୍ୱାରା ଆଉ କି କି ତତ୍ପରତା ଦେଖାଗଲେ  ଚାଷୀମାନେ ଆହୁରି ଅଧିକ ସୁଫଳ ପାଇପାରିବେ ଓ ଚାଷୀମାନଙ୍କ ରୋଜଗାର ଦୁଇଗୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନ କେମିତି ପୂରଣ ହୋଇପାରିବ ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ | 

 କ୍ଷେତ୍ର ପରିଦର୍ଶନ ସମୟରେ ଶ୍ରୀ ପତ୍ରୀ କୃଷକମାନଙ୍କୁ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଆଭିମୁଖ୍ୟ ହେଉଛି   ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ | ସମସ୍ତ କୃଷକ ସ୍ୱାଭିମାନୀ ହେବା ସହିତ ସ୍ୱାବଲମ୍ବୀ ହୁଅନ୍ତୁ | ରାଜ୍ୟର  ଯୁବପିଢି  କୃଷିର ଉନ୍ନତିକୁ ଏକ ବିପ୍ଳବ ଭାବେ ନେଇ ଏହାକୁ ଲାଭଜନକ ଶିଳ୍ପରେ ପରିଣତ କରାନ୍ତୁ |  ଆଉ ସେହି ଲକ୍ଷରେ ଆଉ କୃଷି ଓ କୃଷକଙ୍କ  ବହୁବିଧ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବହୁ ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛନ୍ତି | 

ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ ପରିପ୍ରେକ୍ଷୀରେ  କୃଷି ପାଇଁ ନିତାନ୍ତ ଆବଶ୍ୟକତା ଜଳସେଚନ କେମିତି ଚାଷୀର ଚାଷ ଜମି ପାଖରେ ଉପଲବ୍ଧ ହେବ  ସର୍ବୋପରି ଉଠାଜଳସେଚନ ନିଗମ ସମସ୍ତଙ୍କର ସହଭାଗିତାରେ ଏହାର ଦାୟିତ୍ୱ ସଠିକ୍ ଭାବେ କେମିତି  ନିର୍ବାହ କରିବ , ଟା ଉପରେ  ଶ୍ରା ପତ୍ରୀ ଗୁରୁତ୍ୱ ଆରୋପ କରିଥିଲେ  ।  ଆଉ ସେହି ଆଧାରରେ କୃଷକମାନଙ୍କ ଆବଶ୍ୟକତା ସହ ତାଳ ଦେଇ କାର୍ଯ୍ୟ କରିବାକୁ ଶ୍ରୀ ପତ୍ରୀ ବିଭାଗୀୟ  ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ  ଦେଇଥିଲେ |   ଶ୍ରୀ ପତ୍ରୀଙ୍କ କାର୍ଯ୍ୟ ସମୀକ୍ଷା ସମୟରେ ଫୁଲବାଣୀର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରୁଦ୍ର ପ୍ରସାଦ ମିଶ୍ର, ସହକାରୀ ନିର୍ବାହ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ନାୟକ, କନିଷ୍ଠ  ଯନ୍ତ୍ରୀ(ସିଭିଲ) ଶ୍ରୀ ବେଦବ୍ୟାସ ଦାସ. କନିଷ୍ଠ  ଯନ୍ତ୍ରୀ (ଇଲେକ୍ଟ୍ରିକାଲ )  ଶ୍ରୀ ଦେବେନ୍ଦ୍ରନାଥ ନାୟକ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି କ୍ଲେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault