ହେଡଲାଇନସ୍:

ଚାଲିଗଲେ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ବାସୁଦେବ ଗରାବଡୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଅଂଚଳର ବହୁମାନ୍ୟ ବ୍ୟକ୍ତିତ୍ୱ ତଥା ଜଣାଶୁଣା ସମାଜସେବୀ ଓ ସଂଗଠକ ବାସୁଦେବ ଗରାବଡୁ ଆଉ ନାହାନ୍ତି ।  ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶ୍ରୀ  ଗରାବଡୁଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ବୟସ ୮୬ ବର୍ଷ ହୋଇଥିଲା। ସେ ରାଜ୍ୟ ଜଳସେଚନ ବିଭାଗରୁ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ।

ଶ୍ରୀ ଗରାବଡୁ ଜଣେ ପ୍ରତିଷ୍ଠିତ ସମାଜସେବୀ ଭାବେ ଜଣାଶୁଣା। ସେ ବନ୍ଧୁବତ୍ସଳ,ପରୋପକାରୀ ବ୍ୟକ୍ତି ଥିଲେ।ତାଙ୍କ ବିୟୋଗରେ ପୁରୁଣା ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି।ପୁରୁଣା ଭୁବନେଶ୍ୱରରେ ଥିବା ସର୍ବପୂରାତନ ଟାଉନ କ୍ଲବର ପ୍ରତିଷ୍ଠାତା ସଭ୍ୟ ସହ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ର ପ୍ରତିଷ୍ଠାତା ସଭ୍ୟ ତା ସହିତ ରବି ଟକିଜ ବ୍ୟବସାୟୀ ସଂଘର ପୂର୍ବତନ ସଭାପତି ,ବ୍ରାହ୍ମଣ ନିଯୋଗର ପୂର୍ବତନ ସମ୍ପାଦକ ମଧ୍ୟ ଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ଜଟଣୀ ବିଧାୟକ ସୁରେଶ  କୁମାର ରାଉତରାୟ,ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣେଇ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ବିକ୍ରମ ଓ ବିକାଶ , ଦୁଇ ବୋହୂ ନାତିନାତୁଣୀ ଓ  ବନ୍ଧୁପରିଜନ ଉପସ୍ଥିତ ଥିଲେ।ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ  ହୋଇଛି।ସ୍ୱର୍ଗତ ଗରାବଡୁଙ୍କ ଜ୍ୟେଷ୍ଠ ପୁତ୍ର ବିକ୍ରମଦେବ ଗରାବଡୁ ମୁଖାଗ୍ନି ଦେଇଥିଲେ। 

0
0
0
s2sdefault