ହେଡଲାଇନସ୍:

ମଣିଷ ପଣିଆ ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : କାର୍ଯ୍ୟବ୍ୟସ୍ତତା ଭିତରେ ଥାଇ ବି ଜଣେଦୁର୍ଘଟଣାରେ ଆହତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇ ମଣିଷ ପଣିଆର ଉଦାହରଣ ଦେଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ଆଉ ତାଙ୍କର ଏ ମହତ ପାଣିଆକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଷାଣ୍ଡପାଲି ଛକରେ ବାଇକରୁ ପଡ଼ି ଜଣେ ମହିଳା ଆହତହୋଇ ରାସ୍ତାରେ ପଡିଥିଲେ।ସେଇବାଟ ଦେଇ ଯାଉଥିବା ମନ୍ତ୍ରୀ ଟୁକୁନି ସାହୁ ନିଜ ଗାଡ଼ିରେ ଆଣି ଡ଼ାକ୍ତରଖାନାରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଖାଇଛନ୍ତି।

ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଲୁହୁରେନପାଲି ଗ୍ରାମର ସଞ୍ଜୁ ଜାଲ ତାଙ୍କ ସ୍ବାମୀ ସୁବାସଙ୍କ ସହ ବାଇକରେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ମାୟାମୁଣ୍ଡା ଗ୍ରାମକୁ ଯାଉଥିଲେ। ଷାଣ୍ଡପାଲି ଛକଠାରେ ବାଇକ ଭାରସାମ୍ୟ ହରାଇ ରାସ୍ତାରେ ପଡି ଦୁର୍ଘଟଣା ଘଟିଥିଲା। ସଞ୍ଜୁ ବାଇକରୁ ପଡ଼ି ଆହତ ହୋଇ ରାସ୍ତାରେ ପଡିଥିଲେ। ଏହି ସମୟରେ ମନ୍ତ୍ରୀ ଟୁକୁନୀ ସାହୁ ଗୁଡ଼ଭେଲା ବ୍ଲକକୁ ଏକ ଘରୋଇ କାମରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ସଇଁତଲାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିବା ଡା. ସୌମ୍ୟ ରଞ୍ଜନ ନାୟକ ଆହତଙ୍କ ଚିକିତ୍ସା କରିଥିଲେ। ଯଦି ମହିଳାଙ୍କ ଅବସ୍ଥା ଗୁରୁତର ଥାଏ ତେବେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ପଠାଯିବା ସହ ଯାହା ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ବୋଲି ମନ୍ତ୍ରୀ ସାହୁ କହିଥିଲେ। ମହିଳାଙ୍କ ସ୍ବାସ୍ଥବସ୍ଥା ଠିକ୍‌ ଥିବା ଡ଼ା. ନାୟକ କହିଛନ୍ତି

0
0
0
s2sdefault