ହେଡଲାଇନସ୍:

ଅଷ୍ଟମ ନୂଆପଡା କପ ଉଦଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ଶାସକ ପ୍ରଶାସକ )ପଦ୍ମପୁର ବଡପଡା ଠାରେ ନୂଆପଡ଼ା ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଅଷ୍ଟମ ନୂଆପଡା କପ ଉଦଘାଟିତ ହୋଇଯାଇଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୩୬ ଗୋଟି ଦଳ ଅଂଶଗ୍ରହଣ କରିବେ ବୋଲି କମିଟି ପକ୍ଷରୁ ସୂଚନା ରହିଛି । ଆଜି ବନୁପାଲି ଓ ରଜାପଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ଏବଂ ରଜାପଡା ବିଜୟ ହୋଇଥିଲା । ଆଜି ଆଠ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସୁବାଷ ବରିହା ଓ ସୁରଜ ଭୋଇ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଆକାଶ ସାହୁ, କମଳ ସାହୁ, ରାଜୁ ସାହୁ ଓ ବରୁଣ ସାହୁ ଖେଳ ପରିଚାଳନା କରିଥିଲେ । ଶ୍ରୀକାନ୍ତ ବାରିକ ଓ ଆଦିତ୍ୟ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।

0
0
0
s2sdefault