ହେଡଲାଇନସ୍:

“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ନେଇ ମୋଦି ସରକାରଙ୍କ ଘୋଷଣା ଐତିହାସିକ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

ଭୁବନେଶ୍ୱର,(ଶାସକ ପ୍ରଶାସକ ): "ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ‚ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ସଂପର୍କରେ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ଘୋଷଣା କରି ଭାରତ ବର୍ଷର ଆସ୍ଥା ଏବଂ ଅତୁଟ ଶ୍ରଦ୍ଧାର ପ୍ରତୀକ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରମାଣିତ କରିଛି । ମୋଦି ସରକାର ଏଭଳି ଏକ ଐତିହାସିକ ନିଷ୍ପତି ନେଇଥିବା ପାଇଁ ତାଙ୍କୁ କୋଟି କୋଟି ଅଭିନନ୍ଦନ । ଆଜିର ଏହି ଦିନଟି ସମଗ୍ର ଭାରତ ପାଇଁ ଅତ୍ୟନ୍ତ ଉତ୍ସାହ ଓ ଗୌରବର ଦିନ । ଏହି ପରିପ୍ରେକ୍ଷୀରେ ସମଗ୍ର ଓଡିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି" ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି "ବହୁ ଦିନରୁ ଅପେକ୍ଷା କରିଥିବା କୋଟି କୋଟି ଲୋକଙ୍କ ସ୍ୱପ୍ନ ଖୁବ ଶୀଘ୍ର ପୂରଣ ହେବ ଏବଂ ସେମାନେ ରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିରର ଦର୍ଶନ କରିବେ । ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଏବଂ ବର୍ତମାନ ଓ ଭବିଷ୍ୟତରେ ରାମଲଲା ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନଜରରେ ରଖି ମୋଦି ସରକାର ଅନ୍ୟ ଏକ ନିଷ୍ପତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଅନୁସାରେ ୬୭.୦୭ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ, ଯେଉଁଥିରେ ଭିତର ଏବଂ ବାହାର ମନ୍ଦିର ପରିସର ଅନ୍ତର୍ଭୃକ୍ତ ରହିଛି । ରାମଲଲା ବିରାଜମାନ ହୋଇଥିବା ଜମି ବି ଟ୍ରଷ୍ଟକୁ ମିଳିବ । ଏହି ଟ୍ରଷ୍ଟ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତି ନେବ । ଆଗାମୀ ଦିନରେ ରାମ ମନ୍ଦିର ସମଗ୍ର ବିଶ୍ୱରେ ଏକ ପ୍ରମୁଖ ତୀର୍ଥକ୍ଷେତ୍ର ଭାବେ ପରିଗଣିତ ହେବ ।" 

ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ସର୍ବେ ଭବନ୍ତୁ ସୁଖିନଃ’ ଓ ‘ବସୁଧୈବ କୁଟୁମ୍ବକମ’ର ବାର୍ତା ସମଗ୍ର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ  ରଖିଛନ୍ତି । ଭାରତରେ ହିନ୍ଦୁ, ମୁସିଲିମ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ପାର୍ସୀ ଅବା ଯେ କୌଣସି ଧର୍ମର ବ୍ୟକ୍ତି ହେଉ  ନା କାହିଁକି ଆମେ ସବୁ ଗୋଟିଏ ପରିବାରର ସଦସ୍ୟ । ଏହି ପରିବାରର ସମସ୍ତ ସଦସ୍ୟଙ୍କ ବିକାଶ ହେଉ, ସମସ୍ତ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଦେଶର ବିକାଶ ହେଉ ଏହି ଭାବନାକୁ ନେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସବକା ସାଥ- ସବକା  ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault