ହେଡଲାଇନସ୍:

ପଶ୍ଚିମ ଓଡିଶା ମହାବନ୍ଦ  : ଶୂନଶାନ ବଲାଙ୍ଗିର ସହର, ସାଧାରଣ ଜୀବନଯାତ୍ରା ଠପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର : (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ଶାନ୍ତିପୂର୍ଣ ଭାବରେ ବଲାଙ୍ଗିରରେ ବନ୍ଦ ପାଲିତ ହୋଇଯାଇଛି |  ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ମହାବନ୍ଦ ଡାକରାକୁ  ସମର୍ଥନ କରି ବଲାଙ୍ଗିର ଓକିଲ ସଂଘ ପକ୍ଷରୁ  ସ୍ଥାନୀୟ କଚେରି ଛକଠାରେ ବନ୍ଦପାଲନ କରାଯାଇଥିଲା | ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ ଓ ବେସରକାରୀ ସଂସ୍ଥା  ଓ ଗାଡିମଟର ଚଳାଚଳ ସମ୍ପୂର୍ଣ ଭାବରେ ବନ୍ଦ ରହିଥିଲା  |   

ହାଇକୋର୍ଟରର ସ୍ଥାୟୀ  ବେଞ୍ଚ ସ୍ଥାପନ ଦାବୀକୁ ଚପେଇଦେବାକୁ ସରକାର ଓ ବାରକାଉନସିଲର ଉଦ୍ୟମ ଏବଂ ପଶ୍ଚିମ ଓଡିଶା ର ଓକିଲଙ୍କୁ ଧମକକୁ ଘୋର ନିନ୍ଦା କରାଯାଇଛି | ରାଡ୍ୟ ବାରକାଉନସିଲ ମୁର୍ଦ୍ଧାବାଦ, ରାଜ୍ୟ  ବାରକାଉନସିଲ ଦାଦାଗିରି ଚଲିବ ନାହିଁ  ସ୍ଲୋଗାନ ଦେଇ ପିକେଟିଂ କରାଯାଇ  ରାଜ୍ୟ  ବାରକାଉନସିଲର କୁଶପୁତ୍ତଲିକା ଦାହ କରାଯାଇଥିଲା | ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନହେଲେ ସାମୂହିକ ବାର ଲାଇସେନ୍ସ ଫେରାଇଦେବାକୁ ଚାତାବନୀ ଦିଆଯାଇଛି | କୌଣସି ଅପରିସ୍ଥିତିକର ସ୍ଥିତି ଦେଖାଦେଇ ନଥିବା ବେଲେ ଉପଜିଲ୍ଲାପାଲ ତାଙ୍କ ସରକାରୀ ଗାଡିରେ ଯାଉଥିବା ସମୟରେ  ଆନ୍ଦୋଲନକାରୀ ଘଟଣାସ୍ଥଲରୁ  ଫେରାଇଦେଇଥିଲେ | ଏହି ବନ୍ଦ ଡାକରାକୁ ବଲାଙ୍ଗିର ଏକ୍ସନ କମିଟି, କୋଶଲ କୋଡିନେସନ କମିଟି, ଅନ୍ୟାନ୍ୟ ସାମାଜିକ ସଂଙ୍ଗଠନ ତଥା ବଲାଙ୍ଗିରର ଜନସାଧାରଣ ସମର୍ଥନ କରିଥିଲେ | 

 

0
0
0
s2sdefault