ହେଡଲାଇନସ୍:

ଅଦିନିଆ ବର୍ଷାରେ ଭିଜିଲା ଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ /ଶାସକ ପ୍ରଶାସକ : ବୌଦ୍ଧ ଜିଲ୍ଲାରେ ଗତ ରାତିରୁ ଝିପି ଝିପି ବର୍ଷା ଲାଗିରହିଥିବାବେଳେ ଏହା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରେ ଧାନ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି କଣ୍ଟାମାଲ ବ୍ଲକର ଖଟଖଟିଆ ମଣ୍ଡି ଏବଂ ବୌଦ୍ଧ ବ୍ଲକର ବଘିଆପଡା ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ଭିଜୁଛି । ଟୋକନ ପାଇ ଚାଷୀମାନେ ଗତ ୨୭ ତାରିଖରୁ ମଣ୍ଡିରେ ଧାନ ପକାଇଥିବାବେଳେ ମିଲରମାନଙ୍କ ଖାମଖିଆଲି ପାଇଁ ମଣ୍ଡିରେ ଧାନ ପଡିରହିଛି ।

ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜରିପାଲ ଯୋଗାଇ ଦିଆଯାଇନଥିବାରୁ ନିଜେ ଜରିପାଲ କିଣି ଧାନକୁ ବର୍ଷାରେ ଭିଜିବାରୁ ରକ୍ଷା କରିବାରେ ଲାଗିପଡିଛନ୍ତି ଚାଷୀ। ଫଳରେ ଚାଷିମହଲରେ ମିଲର ଏବଂ ଜିଲ୍ଲା ପ୍ରଶାସନର ଖାମଖିଆଳିକୁ ନେଇ ଅସନ୍ତୋଷ ଦେଖାଦେଇଛି।

0
0
0
s2sdefault