ହେଡଲାଇନସ୍:

କୃଷି ବିଭାଗରେ ଅରୁଣ ଚଳାଇଲେ କଇଁଚି : ଜୋରକା ଝଟକା ଧୀରେସେ ଲଗା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଦି ଟା ଯାକ ଗୋଳିଆ ବିଭାଗ | ପ୍ରବଳ କେଁ , ଯାବତୀୟ ଅଳିଆ | ଉଚ୍ଚ ଶିକ୍ଷାକୁ ଉଚ୍ଚ ଶିକ୍ଷା, କୃଷି କୁ କୃଷି | କାହାକୁ କିଏ ଉଣା ନାହିଁ | ମୁଖ୍ୟମନ୍ତ୍ରୀ ଭରସା କରି ଦିଟା ଯାକ ଟେନସନିଆ ବିଭାଗ ଦେଇଛନ୍ତି ଟ୍ରାକକୁ ଆଣିବା ପାଇଁ | ଆଉ ଅରୁଣ ବି ଜୋର ଲଗେଇଦେଇଛନ୍ତି ପୁରା ଦମରେ | ଯେତେବେଳେ ଦେଖିବ ଟୁର | ମାନେ ମୋଟାମୋଟି ମୋବାଇଲ ମିନିଷ୍ଟାର(ଭ୍ରାମ୍ୟମାଣ) ବା ମିନିଷ୍ଟାର ଅନ ହୁଇଲ ପାଲଟି ଯାଇଛନ୍ତି ଡ଼ ଅରୁଣ ସାହୁ | ବାଟରେ ତାଙ୍କ ବିଭାଗ ଅଧିନସ୍ଥ କଲେଜ ପଡୁ କି ଫାର୍ମ ବା କୃଷି ଅଫିସ | ଅଚାନକ ଭୁସକିନି ପଶି ତତ୍କାଳ କାର୍ଯ୍ୟ ସମୀକ୍ଷା ଆଉ ତାଗିଦ |  ମନ୍ତ୍ରୀ ଡ଼ ସାହୁଙ୍କ ଅଚାନକ ପାରିଧି ବିଜେ ଟିକେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭିତରେ ଦାୟିତ୍ୱଜ୍ଞାନ, ସମୟାନୁବର୍ତ୍ତିତା ଆଉ ନିୟମାନୁବର୍ତ୍ତିତା ଅସ୍ୱାଭାବିକ ଭାବେ ବୃଦ୍ଧି କରିଛି | ଆଉ ପ୍ରୋକ୍ଟରିଆଲ ଓ ମେଣ୍ଟରିଂ ଭଳି ଦାୟିତ୍ୱ ଏମିତି ଟାସ୍କ ଯେ ଏବେ ପଣିକିଆ ଘୋଷିଲା ଭଳି ପିଲାଙ୍କ ନା ଘୋଷିବା ଆରମ୍ଭ କଲେଣି | କେହି ମାନନ୍ତୁ ନମାନନ୍ତୁ ଅରୁଣ ଏବେ ଶିକ୍ଷା ବିଭାଗରେ ଏବେ କିଛିଟା ଉତ୍ତରଦାୟୀ ଶିକ୍ଷା ଦାନ ବ୍ୟବସ୍ଥା ଆଣିବାରେ ସକ୍ଷମ ହେଲେଣି | ଆଉ ସେପଟେ  କୃଷି ବିଭାଗର  ଯାବତୀୟ କେଁର ଗନ୍ତାଘର | ଏଠି  ଚାଲୁଥିବା ନାନା କେଲେଙ୍କାରୀକୁ ଚତୁରତାର ସହ ସଫାକରି କୃଷି ଭଳି ଏକ ସମ୍ବେଦନଶୀଳ ବିଭାଗକୁ ଟ୍ରକକୁ ଆଣିବାକୁ ଉଦ୍ୟମ ଚଳାଇଛନ୍ତି | ବଳଦିଆ ଢାଞ୍ଚାରେ ଚାଲିଥିବା କୃଷି ବିଭାଗର  କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ  ତଥା ବିଭାଗକୁ କ୍ରିୟାଶୀଳ କରିବା ସକାଶେ ଗୋଟାଏ ବଡ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛନ୍ତି | ମାନେ ଜୋର କା ଝଟକା ଧୀରେ ସେ ଲଗେ | ବିଭାଗରେ ଦୀର୍ଘଦିନ ଧରି  ଡେପୁଟେସନ ବା ଡେପ୍ଲୟମେଣ୍ଟରେ ଆସି ଭବନେଶ୍ୱରରେ ଆସ୍ଥାନ ଜମାଇଥିବା 21 ଜଣ କୃଷି ଅଧିକାରୀଙ୍କୁ ମୂଳ ପଦବୀକୁ ଫେରାଇଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଅତି ସନ୍ତର୍ପଣରେ ଏନେଇ ଆଜି କୃଷି ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି ଓ ତୁରନ୍ତ ନିଜ କାର୍ଯ୍ୟସ୍ଥଳୀରେ ଯୋଗ ଦେବା ପାଇଁ ମଧ୍ୟ କୁହାଯାଇଛି । 

ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ସହକାରୀ କୃଷି ଅଧିକାରୀମାନେ ଡେପୁଟେସନରେ ଆସି କୃଷି ନିର୍ଦ୍ଦେଶାଳୟକୁ ଆସି ଆଉ ଫେରିବାର ନାଁ ଧରୁନଥିଲେ । ଆଉ ସେମାନେ ଯେ ମନକୁ ଯାଉନଥିଲେ ଟା ନୁହେଁ, ସେମାନେ ଖେଳ ସେଟିଙ୍ଗ କରି ବା ବଡ ବଡିଆଂକୁ ଧରି ରାଜଧାନୀ ହଵା ଖାଉଥିଲେ | ଆଉ ଜମା  ଜିଲ୍ଲାକୁ ଫେରିବାକୁ ମଙ୍ଗୁନଥିଲେ । ଏପରିକି ପଦୋନ୍ନତି ପରେ ବି ରାହିବେ ବୋଲି ଆଶା ବାନ୍ଧି ଗୁଳି ଖାଇ ବସିଥିଲେ | ରାଜ୍ୟବ୍ୟାପୀ ଘନଘନ ଗସ୍ତ କରି ପରିସ୍ଥିତି ଅନୁଭବ କରିବା ପରେ ପାଇଥିବା ପ୍ରତ୍ୟକ୍ଷ ଅନୁଭୂତିରୁ ଅରୁଣ ନେଲେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି |  ରାଜଧାନୀରେ ପଟ୍ଟା ପାଉତି କଲା ଭଳି ରହିଥିବା କୃଷି ଅଧିକାରୀମାନଙ୍କୁ ଫିଲଡକୁ ପଠାଇବା ପାଇଁ ମନ୍ତ୍ରୀଙ୍କ ନିର୍ଦେଶରେ ବାହାରିଥିବା ବଦଳି ଆଦେଶ ଶକ୍ତ ଝଟକା ପରି ଲାଗିଛି |  ପଦୋନ୍ନତି ପାଇଲାପରେ ମଧ୍ୟ କିଛି ଅଧିକାରୀ ନିର୍ଦ୍ଦେଶାଳୟରେ ରହିବାପାଇଁ ବି ଉଦ୍ୟମ ଚଳାଇଥିଲେ । ହେଲେ କୃଷିମନ୍ତ୍ରୀ ଡକ୍ଟର ସାହୁଙ୍କ ନଜରକୁ ଏହା ଆସିବାପରେ ତୁରନ୍ତ ଏହି ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଜିଲ୍ଲା ସମେତ ଅନ୍ୟ ସ୍ଥାନକୁ ପଠାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ମୋ ସରକାର ଓ ୫-ଟି ଲାଗୁପରେ ଡେପୁଟେସନରେ ଆସି ବିଭାଗ ଓ ନିର୍ଦ୍ଦେଶାଳୟରେ ରହିବା ପ୍ରଥାକୁ ଏକ ପ୍ରକାର ଉଚ୍ଛେଦ କରାଯାଇଛି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ | ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ବା ଗୁରୁତ୍ୱପୂର୍ଣ ପଦକ୍ଷେପ ପରେ ଫୁଲବାଣୀ, ସୁବର୍ଣ୍ଣପୁର, ନୟାଗଡ, ଢେଙ୍କାନାଳ, ପୁରୀ, ବରଗଡ, କେନ୍ଦ୍ରାପଡା, ଗଞ୍ଜାମ ଆଦି ଜିଲ୍ଲା କିଛି କୃଷି ଅଧିକାରୀଙ୍କୁ ଫେରି ପାଇବେ  ।

 

0
0
0
s2sdefault