ହେଡଲାଇନସ୍:

ପ୍ରଶାସନର ପ୍ରତାରଣା : ଭୁତ ଜମି ଉପରେ ଖଜଣା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଟ୍ଟା ମିଳିଛି, ଖଜଣା ଦେଉଛନ୍ତି, ଜମିର ଚିହ୍ନ ମିଲୁନି । ଜମି ଚିହ୍ନଟ ହୋଇନଥିବାରୁ ୨୫ ପରିବାର ସରକାରୀ ଯୋଜନାରୁ ବଞ୍ଚିତ । ତହସିଲ ଅଫିସ ଆଗରେ ଧାରଣା ପାଇଁ ଚେତାବନୀ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେଞିରିଆପାଲି ଆରଆଇ ଅଧିନ ବାଘରତୈଳା ଗ୍ରାମର ୨୫ ପରିବାରକୁ ଦୀର୍ଘ ୭ ବର୍ଷ ହେଲା ଜମି ପଟ୍ଟା ପାଇଥିଲେ ମଧ୍ୟ    ଆଜି ପର୍ଯ୍ୟନ୍ତ ପ୍ରଶାସନର  ଉଦାସୀନତା ଯୋଗୁଁ ଜମି ଚିହ୍ନଟ ହୋଇପାରୁନି । ଏନେଇ ଜିଲା ପରିଷଦ  ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ ବୀରମହାରାଜପୁର ତହସିଲରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

 ଅଭିଯୋଗ ଅନୁଯାୟୀ ୨୦୧୩ ମସିହାରେ ୨୫ ଜଣ ଭୂମିହୀନ ପରିବାରକୁ ପ୍ରଶାସନ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଏମାନେ ଉକ୍ତ ପଟ୍ଟାର ଜମି ଚିହ୍ନଟ ପାଇଁ ବାରମ୍ବାର ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଜମି ପଟ୍ଟା ପାଇଥିବା ୨୫ ଜଣ ହିତାଧିକାରୀ ସରକାରଙ୍କୁ ଜମିର ଖଜଣା ପୈଠ କରି ଆସୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର ଓ ବିଭିନ୍ନ ସମୟରେ ଆସୁଥିବା ସରକାରୀ ଯୋଜନା ଜମି ଚିହ୍ନଟ ହୋଇନଥିବାରୁ ବଞ୍ଚିତ ରହୁଛନ୍ତି । ଏଣୁ ବିଭାଗ ଏଥିପ୍ରତି ତ୍ୱପରତା ପ୍ରକାଶ କରି ଯଥା ଶୀଘ୍ର ଉକ୍ତ ହିତାଧିକାରୀ ମାନଙ୍କୁ ଜମି ଚିହ୍ନଟ କରିବାକୁ ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଜମି ଚିହ୍ନଟ କରାନଗଲେ ହିତାଧିକାରୀଙ୍କ ସହିତ ତହସିଲ କାର୍ଯ୍ୟଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

 

0
0
0
s2sdefault