ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଜୁନିୟର୍ ରେଡକ୍ରସ୍ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ୱଲପୁର/ ରମାକାନ୍ତ ବିଶ୍ୱାଳ -ସମ୍ବଲପୁର  ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଜୁନିୟର୍ ରେଡକ୍ରସ୍ ଶିକ୍ଷା ଓ ତାଲିମ ଶିବିର ୨୦୧୯—୨୦ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଠେମରା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୀନାକୁମାରୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଅବସରପ୍ରାପ୍ତ ପ୍ରାଧ୍ୟାପକ  କାମଦେବ ସାହୁ  ମୁଖ୍ୟ ଅତିଥି, ସମ୍ୱଲପୁରର ସମାଜସେବୀ  କାର୍ତ୍ତିକ ପ୍ରସାଦ ବହିଦାର୍ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ରେଡକ୍ରସ୍ ର ମହତ ଲକ୍ଷ୍ୟ ଓ  ଉଦ୍ଦେଶ୍ୟ ତଥା ସ୍ୱାସ୍ଥ୍ୟ, ସେବା, ବନ୍ଧୁତା ଓ ମାନବିକତା ଆଦି ଉପରେ ଉଦବୋଧନ ଦେଇଥିଲେ । ସମ୍ୱଲପୁର ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ରାୟଗୁରୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁଳମଣି ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ  ବାଳକୃଷ୍ଣ  ବିଶ୍ୱାଳ, ସାମାଜିକ କର୍ମୀ ବଳରାମ ମହାରଣା ପ୍ରମୁଖ ମଂଚାସୀନ ରହି ସମସ୍ତ କୃତି  ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି ଶିବିରରେ ଶିବିରାର୍ଥୀ ମାନଙ୍କୁ ରେଡକ୍ରସ୍ ସମ୍ୱନ୍ଧରେ ତାଲିମ, ସଡ଼କ ସୁରକ୍ଷା, ଟ୍ରାଫିକ୍ ନିୟମ, ଆଶୁ ପ୍ରାଥମିକ ଚିକିତ୍ସା, ରେସକ୍ୟୁ ଅପରେସନ୍, ଯୋଗାସନ ଆଦି ଶିକ୍ଷା ପ୍ରଦାନ କରାଯାଇଥିଲା । ଶିବିରରେ ଜିଲ୍ଲାର ୬୬ଟି ବିଦ୍ୟାଳୟର ୩୦୦ ଜଣ ଛାତ୍ରଛାତ୍ରୀ ଏବଂ ୮୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।

0
0
0
s2sdefault