ହେଡଲାଇନସ୍:

ଗଜପତି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

 ଏହି ଜିଲ୍ଲାସ୍ତରୀୟ ଅଭିଯୋଗକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦାନକରୀ ଜନସାଧାରଣଙ୍କର ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ତତ୍ ସଙ୍ଗେ ସଙ୍ଗେ ଜନସାଧାରଣଙ୍କର ସମସ୍ୟାର  ସମାଧାନ ପାଇଁ ଆସିଥିବା ମୋଟ ୧୧୪ଗୋଟି ସମସ୍ୟାର ସମାଧାନ ପାଇଁ ଅଭିଯୋଗ ଶୁଣାଣି କରିଥିଲେ। ମୋଟ ୧୧୪ ଗୋଟି ଅଭିଯୋଗରୁ ରୋଗ ଶୋକରେ ପୀଡିତ ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିରୁ ୪୩ ହଜାର ଓ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ୧୭ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏଥିସହ ଅନ୍ୟ ୩୦ ଗୋଟି ସମସ୍ୟାର ସମାଧାନ ହୋଇଥିଲା । 

  ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ  ରଂଜନ ଭଂଜଦେଓ ,ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାର ସମସ୍ତ ବ୍ଳକ ମାନଙ୍କର ଅଭିଯୋଗ ପତ୍ର ପ୍ରେରଣ କରାଯିବା ସହିତ ତାହାର ସମାଧାନ ଯେତେ ଶିଘ୍ର ହେବ ସେଥିପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବାର ବ୍ୟବସ୍ଥା କରାଯାଇଛି।

 

0
0
0
s2sdefault