ହେଡଲାଇନସ୍:

ସମ୍ ଅଲ୍ଟିମେଟ୍ ମେଡିକେୟାରରେ  ବିଶ୍ୱ କର୍କଟ ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : କର୍କଟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ସୁସ୍ଥ ଜୀବନ ଶୈଳୀ ଓ ଖାଦ୍ୟପେୟ ନିୟନ୍ତ୍ରଣ କରିବା ଦ୍ୱାରା କର୍କଟ ରୋଗକୁ ପ୍ରତିରୋଧ କରାଯିବା ସମ୍ପର୍କରେ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡଃ ଜିଜ୍ଞାସୁ ମହାନ୍ତି ଓ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡଃ ଚିରରଞ୍ଜନ ଖାଡ଼ଙ୍ଗା ଆଲୋକପାତ କରିଥିଲେ । ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡଃ ଶ୍ୱେତପଦ୍ମା ଦାସ, ସିଏମ୍ଏସ୍ ଡଃ (ବ୍ରିଗେଡିଅର୍) ବିରାଜ ମୋହନ ମିଶ୍ରଙ୍କ ସମେତ ସମସ୍ତ ଡାକ୍ତର ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡଃ ଘନଶ୍ୟାମ ବିଶ୍ୱାସ ଓ ମେଡିକାଲ ଅଙ୍କୋଲୋଜିଷ୍ଟ ଡଃ ଖାରବେଳ ବେହେରା ଅତିଥି ଭାବେ  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

 

ସୂଚନା ଯୋଗ୍ୟ ଯେ ସମ୍ ଅଲ୍ଟିମେଟ ମେଡିକେୟାରରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ସମ୍ ଅଲ୍ଟିମେଟ୍ ମେଡିକେୟାରରେ  ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା ସହ ବିଶେଷଜ୍ଞ ଡାକ୍ତରମାନେ ସବୁ ସମୟରେ ଉପସ୍ଥିତ ରହି ରୋଗୀଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସମସ୍ତ ଚିକିତ୍ସା ରହିଛି । ମେଡିକେୟାର କର୍ତୃପକ୍ଷ ରୋଗୀଙ୍କ  ସୁବିଧା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରିଛନ୍ତି ।

0
0
0
s2sdefault