ହେଡଲାଇନସ୍:

ଅମ୍ଲାନ ପ୍ରତିଭୁଙ୍କ ପଦଚିହ୍ନ : ମନେ ରହିବେ ବଂଶୀଧର ସାର  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶାସକ ପ୍ରଶାସକ ) : ଶିକ୍ଷକତାକୁ ବ୍ରତ ଭାବରେ ଆଦରି ନେଇଥିବା ବଂଶୀଧର ସାରେ ଏକାଧାରରେ ଜଣେ ସତ୍ୟନିଷ୍ଠ, ଧର୍ମନିଷ୍ଠ, କର୍ତ୍ତବ୍ୟ ପରାୟଣ, ସମୟାନୁବର୍ତ୍ତୀ, ଛାତ୍ର ବତ୍ସଳ, ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ସେଥିଲେ ଲେଖକ, ଚିତ୍ରକର, ଖେଳାଳି ଏବଂ ଖେଳପ୍ରତି ରୁଚି ରହିଥିବା ଜଣେ ଅମ୍ଳାନ ପ୍ରତିଭା । ତାଙ୍କର ସୃଷ୍ଟି ଲୋକ ସଂଗୀତର ମୁର୍ଚ୍ଛନା ଏବେ ବି ଶତ ଗୁଂଜରଣ ଓ ସିହରଣ ସୃଷ୍ଟି କରେ ଶ୍ରୋତାଙ୍କ ଶରୀରରେ । ନୟାଗଡ଼ର ଲୋକନୃତ୍ୟ ଦଣ୍ଡ ଏବଂ ପାଲା, ଦାଶକାଠୀଆ, ସଂକୀର୍ତ୍ତନ ଗାୟକ ମାନେ ବଂଶୀଧର ସାରଙ୍କ ଲିଖିତ ପୈାରାଣିକ କବିତା, ଭଜନ, ଜଣାଣ ଉପମା ଅଳଙ୍କାର ପଦେ ନବୋଲିଲେ ଅଧୁରା ରହିଯାଏ ମଂଚ । ନିଜେ ଏକାଙ୍କିକା ରଚନା କରି ନି ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ଚେତନାଧର୍ମୀ ନାଟକ ପାଇଁ ସେ ବହୁ ପ୍ରସଂଶା ପାଇଛନ୍ତି । ତାଙ୍କର ବିଭିନ୍ନ କୃତିପାଇଁ  କାଳାହଣ୍ଡିର ରାମପୁରୁଠାରେ ତାଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୪୦ ମସିହାରେ ଜନ୍ମ ହୋଇଥିବା ବଂଶୀଧର ପ୍ରଥମିକ ଓ ମାଧ୍ୟମିକ ଶିକ୍ଷା ହାସଲ କରିବା ପରେ ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଗୋପାଳପୁର ସ୍କୁଲରୁ ଶିକ୍ଷକତା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ  ସମୟରେ ନୂଆଗାଁ ବ୍ଲକର ମହିପୁରୁ, ବାହାଡ଼ାଝୋଲା ଏବଂ ପରିଶେଷରେ ଓଡ଼ଗାଁ ବ୍ଲକର ସରକାରୀ ମଧ୍ୟଇଂରାଜୀ ବିଦ୍ୟାଳୟ ଓଡ଼ଗାଁରେ ୧୭ବର୍ଷ ଶିକ୍ଷାଦାନ କରି ୧୯୯୮ ମସିହାରେ ଅବସର ଗ୍ରହଣ କରିଥିଲେ । ଆଜି ସେ ଆଉ ଆମ ନିକଟରେ ନାହାନ୍ତି । କିନ୍ତୁ ଅମର ହୋଇ ରହିବ ସେ ଛାଡ଼ିଯାଇଥିବା ତାଙ୍କର ଅନବ୍ୟଦ୍ୟ କୃତିତ୍ୱ ସମୁହ, ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଛାତ୍ର ବତ୍ସଳତା।

 

0
0
0
s2sdefault