ହେଡଲାଇନସ୍:

ଫସିଗଲା ଫସିଗଲା ଫସିଗଲାରେ...ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜାଲି ଯୋଗ୍ୟତା ବ୍ୟୁହରେ ସାଂସଦ ଅନୁଭବ : ଖସିବେ ନା ଫସିବେ 

ବୈଜୟନ୍ତଙ୍କ କାମ ହାଲକା କରିଦେଉଛନ୍ତି ନିଶିକାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) –ଫସିଗଲା ଫସିଗଲା ଫସିଗଲାରେ...ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହରେ | ଫେରିବାର ନାହିଁ ବାଟ, ଫେରେନାହିଁ ଆଉ ପାଦ, ଖସି ଖସି ଯାଏ ଚୋରାବାଲିରେ.....| 

ଅଭିମନ୍ୟୁ ସିନେମାରେ ନାୟକ ଅଭିମନ୍ୟୁ ଉପରେ ପିକଚରାଇଜ ହୋଇଥିବା ଏହି ଗୀତଟି ଏବେ ପ୍ରାସଙ୍ଗିକତା ରଖୁଛି | "ବାଳୁଙ୍ଗା ଟୋକା"ରୁ ନେତା ପାଲଟି ଯାଇଥିବା ଅନୁଭବ ଥିଲେ ସେଇ ଅଭିମନ୍ୟୁ ଚଳଚିତ୍ରର ନାୟକ | ମହାଭାରତରେ ଯେମିତି ଅଭିମନ୍ୟୁ ଚକ୍ରବ୍ୟୁହରେ ଫସିଯାଇ ଫେରି ପାରିନଥିଲେ, ସେଇମିତି ଚିତ୍ରିତ ହୋଇଥଲା ଅଭିମନ୍ୟୁ ଚଳଚିତ୍ରରେ ଲୋକପ୍ରିୟ ନାୟକ ଅନୁଭବଙ୍କ ଉପରେ | ସେବେ ରିଲ ଲାଇଫରେ ଏହି ଗୀତ ପ୍ରାସଙ୍ଗିକତା ରଖିଥିବା ବେଳେ ଏବେ ରିଅଲ ଲାଇଫରେ ଅନୁଭବ ଫସି ଯାଇଛନ୍ତି ଆଇନର ଚକ୍ରବ୍ୟୁହରେ | ଆଉ ତାଙ୍କ ସାମାଜିକ ପ୍ରତିଷ୍ଠା, ପତିଆରା ଆଉ ପଦବୀ ଉପରେ ସୃଷ୍ଟି ହୋଇଛି ଆହ୍ବାନ | ଅନାବଶ୍ୟକ ଭାବେ ଉଚ୍ଚଶିକ୍ଷା ସମ୍ପର୍କିତ ସାର୍ଟିଫିକେଟ ସତ୍ୟପାଠରେ  ଦାଖଲ କରି ଏବେ ଫସି ଯାଇଛନ୍ତି ଚକ୍ରବ୍ୟୁହରେ | ମାଡି ବସିଛି କଂଗ୍ରେସ | ପ୍ରଶ୍ନର ତିନୋଟି ବାଣ ମାରିଛି କଂଗ୍ରେସ ଅଭିମନ୍ୟୁ(ଅନୁଭବ)ଙ୍କ ଆଡକୁ | ଖାଲି ଦେଖିବାକୁ ବାକି ମହାଭାରତର ପୁନରାବୃତ୍ତି, ନା କୃଷ୍ଣ ଅର୍ଜୁନ ଫେରିଆସୁଛନ୍ତି ଅଭିମନ୍ୟୁଙ୍କ ସୁରକ୍ଷା ପାଇଁ ! ଜାଲ ସାର୍ଟିଫିକେଟ ଅପରାଧ | ପୁଣି ନିର୍ବାଚନ କମିଶନଙ୍କୁ ମିଥ୍ୟପାଠ ଦେବା ବି ଗର୍ହିତ ଅପରାଧ | ହେଲେ ଠିକଣା ଫୋରମରେ ଗଲେ ସେଇଟା ନିର୍ବାଚନ କମିଶନ ବା ଅଦାଲତ ଯାହା ବିଚାର କରିବେ | ଜାଳି କରିଥବା ଲୋକ ବି ଦଣ୍ଡ ପାଇବା ଉଚିତ  ତାହାରି ଉପରେ ନିର୍ବାଚନ କମିଶନ ଯାହା ବିଚାର କରିବେ | କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସାର୍ଟିଫିକେଟ ଜାଲକୁ ନେଇ କେବେଠୁ ଜାତୀୟ ତର୍ଜ୍ଜମା ଚାଲିଛି | ତେଣୁ ଅନୁଭବଙ୍କ ଭାଗ୍ୟ କଣ ହେବ ବା  ତାହା କମିଶନ ବା ଆଦାଲତ ଧାର୍ଯ୍ୟ କରିବେ | ହେଲେ ଏହା ପଛରେ ରାଜନୀତି ପ୍ରବଳ, ଏହା ଜଳଜଳ | ଏହି ଗେମରେ ବିଜେଡିର ଜଣେ ଦିଜଣ ନେତାଙ୍କ ହାତ ଥିବା ଅସମ୍ଭବ ନୁହେ | ହେଲେ ବୈଜୟନ୍ତ ପଣ୍ଡା କିନ୍ତୁ ମନେମନେ ଭାରି ଖୁସି | କାରଣ ତାଙ୍କ କାମଟି ଏବେ କଂଗ୍ରେସର ନେତା ନିଶିକାନ୍ତ ମିଶ୍ର କରିଦେଉଛନ୍ତି | ବୈଜୟନ୍ତ ଏବେ ବିଜେପିର ଜାତୀୟ ଉପସଭାପତି | ତାଙ୍କୁ  ଅନୁଭବ ଶୋଚନୀୟ ଭାବେ ହରାଇଲେ, ସେବେଠୁ ସେ ଅନୁଭବଙ୍କ ଉପରେ ଗରଗର ହେବା ସ୍ୱାଭାବିକ |ପରାଜିତ ପ୍ରାର୍ଥୀ ଭାବେ ସେ ଓ କଂଗ୍ରେସର ଧରଣୀଧର ନାୟକ ଅନୂଭବଙ୍କ ନିର୍ବାଚନ ଜାଳି କାମ ଧରି ପ୍ରେସ ମିଟ କରିବା କଥା | ହେଲେ କିଛି କଂଗ୍ରେସ ନେତାଙ୍କ ଏହି ଅନୁଭବ ବିରୋଧି ଗେମରେ କାଇଁ ଧରଣୀଧର ଦୃଷ୍ଟି ଗୋଚର ହେଉନାହାନ୍ତି | ଏହି ତଥାକଥିତ ଖୁଲାସା ଯେହେତୁ କଂଗ୍ରେସ ବ୍ୟାନରରେ ହେଉଛି, ତେଣୁ ଧରଣୀଧର ବା ଜିଲ୍ଲାର ସର୍ବମାନ୍ୟ ନେତା ଗଣେଶ୍ୱର ବେହେରାଙ୍କୁ ବିଶ୍ୱାସରେ ବା ସାଙ୍ଗରେ ନେଇଥିଲେ ଆଉରି ଜୋରଦାର ହୋଇଥାନ୍ତା | ହେଲେ ସେମାନେ ଏ ବିଷୟରେ ଜାଣିଛନ୍ତି କି ନାହିଁ | ଯଦି ସୂଚନା ଅଧିକାର କର୍ମୀ ଭାବେ କରିବାର ଥିଲା କଂଗ୍ରେସ ଭାବନା ବାହାରେ କରିଥିଲେ ଆହୁରି ପ୍ରଭାବଶାଳୀ ହୋଇଥାନ୍ତା | ହେଲେ ସେ ଯାହାବି ହେଉ  ବିଜେଡିର ପୂର୍ବତନ ସଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ବାବୁ ଭାରି ଖୁସି ହେଉଥିବେ | ଆଉ ମନେ ମନେ ଧନ୍ୟବାଦ ଦେଉଥିବେ ନିଶିକାନ୍ତ ବାବୁଙ୍କୁ ଯେ କି ତାଙ୍କ ଖୁଲାସା କଂଗ୍ରେସ ବ୍ୟାନରରେ କରେଇଦେଲେ, ଯାହା ସେ କରିବା କଥା | ଦେଖାଯାଉ ଏ ଚକ୍ରବ୍ୟୁହ ଭିତରେ ଫସି ଯାଇଥିବା ଅନୁଭବଙ୍କ ପାଇଁ ବିଜେଡି ଅର୍ଜୁନ ହୋଇ ଆବିର୍ଭାବ ହୋଇ ନୂଆ ମହାଭାରତ ସୃଷ୍ଟି କରୁଛି ନ ମହାଭାରତର ସେଇ ପୁରୁଣା କାହାଣୀର ପୁନରାବୃତ୍ତି ହେଉଛି | 

0
0
0
s2sdefault