ହେଡଲାଇନସ୍:

ଅବେଳରେ କାର୍ଯ୍ୟାଳୟରେ ପଶିଲେ ଅମରେଶ : ଅଧ୍ୟକ୍ଷଙ୍କୁ ଅଚାନକ ଦେଖି ସମସ୍ତେ ଆବାକାବା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଟେଣ୍ଡାନ୍ସ ଯାଞ୍ଚ କଲେ, କାମର ସମୀକ୍ଷା କରି ୫-ଟି ମାପଦଣ୍ଡ ଆଧାରରେ ଲକ୍ଷ୍ୟ ପୂରଣ ପାଇଁ ଦେଲେ କଣ୍ଟ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କିଛି ପ୍ଲାନିଂ ନଥିଲା | କନ୍ଧମାଳ ଯାଉଥିବା ବାଟରେ ଗାଡି ବୁଲାଇଦେଲେ ନୟାଗଡ କାର୍ଯ୍ୟାଳୟ ଆଡକୁ | ଅବେଳା କାର୍ଯ୍ୟାଳୟରେ ପଶିବା ପରେ ସମସ୍ତେ ଆବାକାବା | ଉପସ୍ଥିତି ଥିଲା ପତଳା | ପତଳା ଉପସ୍ଥାନର କାରଣ ପଚାରି ବୁଝିବା ସହ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସବିଶେଷ ତଥ୍ୟ ହାସଲ କରିଥିଲେ | ଆଉ ଯାଉ ଯାଉ ତାଗିଦ କରିଦେଇଗଲେ ସବୁ କାମ ଧାର୍ଯ୍ୟ ସମୟ ଭିତରେ ସାରିବା ପାଇଁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ୫-ଟି ମାପଦଣ୍ଡ ଆଧାରରେ |

 ସୋମବାର  ଓଡିଶା  ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ତଥା ସ୍ଥିତି ଅନୁଧ୍ୟାନ ସର୍ବୋପରି ନିଗମର କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ କନ୍ଧମାଳ ଅଭିମୁଖେ ଯାଉଥିବା ବେଳେ ଅଚାନକ ଭାବେ ଉଠା ଜଳ ସେଚନ ନିଗମର  ନୟାଗଡ ଡିଭିଜନ କାର୍ଯ୍ୟାଳୟରେ ପଶି ଯାଇଥିଲେ । ଉପରବେଳା ସମୟ | ଆଗ ଯାଉ ଯାଉ କେତେଜଣ ଏହି କାର୍ଯ୍ୟାଳୟ ଅଧୀନରେ ନିୟୋଜିତ ଅଛନ୍ତି ବା ମୋଟ  ଯନ୍ତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା କେତେ  ଯାଂଚ କରିବା  ସହିତ ପ୍ରକୃତ ଉପସ୍ଥାନ ସଂଖ୍ୟା  ଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା କର୍ମଚାରୀଙ୍କ ସମ୍ପର୍କରେ ସବିଶେଷ ଯାଞ୍ଚ କରିଥିଲେ ।  ନୟାଗଡ ଉଠାଜଳସେଚନ ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ ଜନସାଧାରଣ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ମଧ୍ୟ ଶ୍ରୀ ପତ୍ରୀ ପଚାରି ବୁଝିଥିଲେ  । ଉଠା ଜଳସେଚନ  ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳ ସେଚନ ସୁବିଧା ଯୋଗାଇ ଦେଇ କୃଷିର ଉନ୍ନତି  ସହିତ  କୃଷକଙ୍କ ଆୟ ବୃଦ୍ଧି କରିବାକୁ  ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସଂକଳ୍ପ ଓ ସ୍ବପ୍ନ ରଖିଛନ୍ତି ତାକୁ ପୁରାଣ କରିବା ସକାଶେ ଅଧିକରୁ ଅଧିକ ଚାଷୀଙ୍କୁ ଜଳସେଚନ ପରିସରଭୁକ୍ତ କରିବା ଦିଗରେ ଯତ୍ନବାନ ହେବା ପାଇଁ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ | ଚାଷୀଙ୍କ ରୋଜଗାର ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ତାଙ୍କ ମହତ୍ୱାକାଂକ୍ଷୀ ମିଶନରେ ଉଠା ଜଳସେଚନ ନିଗମ ତା କାର୍ଯ୍ୟ ଯେମିତି ସ୍ୱଚ୍ଛତା ଓ ନିଷ୍ଠାର ସହ ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ କରିବା ସେ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ |  ତଦନୁଯାୟୀ ଓ.ଏଲ୍.ଆଇ.ସି  ତରଫରୁ ନୟାଗଡ ଡିଭିଜନ ପାଇଁ ଯେଉଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି, ତାହାକୁ ୫-ଟି ମାପଦଣ୍ଡ ଆଧାରରେ ଆନ୍ତରିକତା ଓ ଗୁଣାତ୍ମକତାର ସହ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ  ଡିଭିଜନ ଅନ୍ତର୍ଗତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ  ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଏଥି ସହିତ ଶ୍ରୀ ପତ୍ରୀ କର୍ମଚାରୀମାନଙ୍କର ସୁବିଧା ଅସୁବିଧା ମଧ୍ୟ  ପଚାରି ବୁଝିଥିଲେ । ନିଗମର କାର୍ଯ୍ୟକୁ ରୂପାୟନ କରିବା ବେଳେ କଣ ଅସୁବିଧା ହେଉଛି ଆଉ କେଉଁଠି ସମନ୍ୱୟ ବା ସହଯୋଗର ଅଭାବ ହେଉଛି ସେ ବିଷୟରେ ସବିଶେଷ ତଥ୍ୟ ହାସଲ କରିଥିଲେ |  ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କ ଏହି ଡିଭିଜନ କାର୍ଯ୍ୟାଳୟ  ପରିଦର୍ଶନ ସମୟରେ ଏଲ୍.ଆଇ .  ନୟାଗଡ୍ ସବ୍ ଡିଭିଜନ୍  ସହକାରୀ ଯନ୍ତ୍ରୀ ନିରଞ୍ଜନ ଦାଶ,  ନୟାଗଡ ଡିଭିଜନ ଏଲ୍.ଆଇ. ସହକାରୀ ଯନ୍ତ୍ରୀ (ସଂସ୍ଥା) ଗତିକୃଷ୍ଣ ମଲ୍ଲିକ, ସହକାରୀ ଯନ୍ତ୍ରୀ (ବିଦ୍ୟୁତ),ଏଲ୍.ଆଇ. ସବ୍ ଡିଭିଜନ ନୟାଗଡ ବିଭୁଦତ୍ତ ଦାଶ, ସହକାରୀ ଯନ୍ତ୍ରୀ (ବିଦ୍ୟୁତ),ଏଲ୍.ଆଇ. ସବ୍ ଡିଭିଜନ୍ ,ଖଣ୍ଡପଡା ଏନ.ଏନ୍. ପରିଡା, କନିଷ୍ଠ ଯନ୍ତ୍ରୀ(ଦଶପଲ୍ଲା) ଏ.କେ ସାହୁ, କନିଷ୍ଠ  ଯନ୍ତ୍ରୀ ନୟାଗଡ ସେଖ୍ ଇମ୍ରାନ୍ ଅଲି ଖାନ୍,ଗୋପବନ୍ଧୁ ବୋଇତି, କର୍ମଚାରୀ ଦେବେନ୍ଦ୍ର ପ୍ରଧାନ ଓ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  

 

0
0
0
s2sdefault