ହେଡଲାଇନସ୍:

ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ମହୋତ୍ସବ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହରଭଙ୍ଗା /ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ  ହରଭଙ୍ଗା ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ପଞ୍ଚାୟତ  ମହାବିଦ୍ୟାଳୟ ହରଭଙ୍ଗାର ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ହିମାଂଶୁ କୁମାର ରାଉତ ମଞ୍ଚାସିନ ଥିଲେ । ମୁଖ୍ୟବକ୍ତା ରୂପେ  ରାଷ୍ଟ୍ରୀୟ ସୟଂ ସେବକ ହରଭଙ୍ଗା ଖଣ୍ଡର କାର୍ଯ୍ୟବାହ ଶ୍ରୀଯୁକ୍ତ ସରୋଜ କୁମାର ଭୋକ୍ତା  ଯୋଗଦାନ କରିଥିଲେ । 

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବାଇ ସଭାପତିତ୍ବ କରିଥିଲେ ଏବଂ ପ୍ରଦୀପ କୁମାର ଭୋଇ ଅତିଥି ପରିଚୟ  ପ୍ରଦାନ କରିଥିଲେ । ଶେଷରେ କୁନି କୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଦେଶାତ୍ମକବୋଧକ  ନାଚ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁଜୀ ସାରଥୀ ପ୍ରଧାନ , ଭିକାରୀ ପାତ୍ର , ଗୁରୁମା ରାଜେଶ୍ୱରୀ ନାୟକ , ଗୀତାଞ୍ଜଳି ତରିଆ , ରିତା ପ୍ରଧାନ , ପୁଷ୍ପାଞ୍ଜଳି ପାତ୍ର ଓ ସୁପ୍ରଭା ମହାଖୁଡ଼ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault